ଗରଦପୁର, ୧୧/୦୩/୨୦୨୬ (ଓଡ଼ିଶା ସମାଚାର)- ଗତ ସୋମବାର ବିଳମ୍ବିତ ରାତିରେ ତେଣ୍ଡାକୁଡ଼ା ପଂଚାୟତର ବସନ୍ତପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୬ ଟି ପରିବାରର ୭ ବଖରା ଗୃହ ସମ୍ପୂର୍ଣ୍ଣ ଜଳି ଭସ୍ମିଭୂତ ହେବା ସହ ଘରେ ଥିବା ଖାଦ୍ୟ , ଶସ୍ୟ, ଟଙ୍କା ପଇସା ଠାରୁ ଆରମ୍ଭ କରି ଘରର ସମସ୍ତ ଆସବାବ ପତ୍ର ପୋଡ଼ି ଯାଇଛି । ଏହି ଅବସରରେ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଶିିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ର ମ୍ୟାନେଜିଂ ଟ୍ରଷ୍ଟି ଡ଼ ରୁଦ୍ର ମହାନ୍ତିଙ୍କ ନିର୍ଦ୍ଧେଶରେ ଟ୍ରଷ୍ଟ ସଦସ୍ୟ କମଳ ମହାନ୍ତି ଙ୍କ ତତ୍ୱାବଧାନରେ ଆଜି ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ କରାଯାଇ ଅଗ୍ନି ବିପନ୍ନ ପରିବାରଙ୍କୁ ରନ୍ଧା ଖାଦ୍ୟ ପରସା ଯାଇଥିଲା । ତେଣ୍ଡାକୁଡ଼ା ପଂଚାୟତର ସରପଂଚ ମାନସ କୁମାର ରାଉତ ଓ ବିଜେପି ନେତା ତେଜେଶ୍ୱର ପରିଡ଼ା ବିପନ୍ନ ପରିବାରଙ୍କ ସହିତ ଆଜି ମଧ୍ୟାହ୍ନ ଭୋଜନ କରିଥିଲେ । ଆସନ୍ତା କାଲି ବିପନ୍ନ ପରିବାରଙ୍କୁ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯିବ ବୋଲି ମ୍ୟାନେଜିଂ ଟ୍ରଷ୍ଟି ଡ଼ ମହାନ୍ତି ସୂଚନା ଦେଇଛନ୍ତି ।
ଶିିରିଡ଼ି ସାଇ ଚାଳିଟେବୁଲ ଟ୍ରଷ୍ଟ ପକ୍ଷରୁ ଅଗ୍ନି ବିପନ୍ନ ପରିବାରଙ୍କୁ ରନ୍ଧା ଖାଦ୍ୟ ବିତରଣ
