କଟକ ସଦର, ୧୦/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ସରପଞ୍ଚ ପୀତାମ୍ବର ଦାସ ପେସାରେ ଜଣେ ସଫଳ ରାଜମିସ୍ତ୍ରୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି। ସକାଳେ ଓ ସନ୍ଧ୍ୟାରେ ପୀତାମ୍ବର ସରପଞ୍ଚ ଭାବେ ପଞ୍ଚାୟତ ଲୋକଙ୍କ ସମସ୍ୟା ବୁଝିବା ସହିତ ସେଗୁଡିକର ସମାଧାନ ଦିଗରେ ନିଜକୁ ନିୟୋଜିତ କରି ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଛନ୍ତି। ଏହାବାଦ୍ ନିଜର ପରିବାର ପ୍ରତିପୋଷଣ ପାଇଁ ଦିନରେ ଲୋକଙ୍କ ଘରକୁ ଯାଇଁ ରାଜମିସ୍ତ୍ରୀ ଭାବେ କାମ କରୁଥିବା ଜଣାପଡିଛି। ଜଣେ ଭଲ ରାଜମିସ୍ତ୍ରୀ ଭାବେ ପୀତାମ୍ବର ଙ୍କର ନାଁ ଥିବାରୁ ସବୁ ସମୟରେ ତାଙ୍କୁ କାମ ମିଳୁଥିବା କହିଛନ୍ତି। ସରପଞ୍ଚ ଓ ରାଜମିସ୍ତ୍ରୀ ଭାବେ ନିଜକୁ ଖାପଖୁଆଇ ପୀତାମ୍ବର ଏହା ମୋର ଏକ ଜନସେବା ବୋଲି କହିଛନ୍ତି।
ସୋମପୁର ସରପଞ୍ଚ ପୀତାମ୍ବର ଦାସ ପେସାରେ ଜଣେ ସଫଳ ରାଜମିସ୍ତ୍ରୀ
