ଜଗତସିଂହପୁର ଜିଲ୍ଲାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

ଜଗତସିଂହପୁର, ୧୩/୮/୨୦୨୪ (ଓଡ଼ିଶା ସମାଚାର)-ଆଜି ସକାଳ ୮ ଘଟିକା ସମୟରେ ସ୍ଥାନୀୟ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସଙ୍କ ଦ୍ଵାରା ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ପ୍ରକାଶ ଥାଉ କି, ସ୍ଵାଧୀନତାର ୭୭ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ହର ଘର ତିରଙ୍ଗା ଅଭିଯାନ ଅଗଷ୍ଟ ୯ ରୁ ୧୫ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ଏହି ଅଭିଯାନ ଅନ୍ତର୍ଗତ ଜିଲ୍ଲାରେ ଆଜି ତ୍ରିରଙ୍ଗା ଶୋଭାଯାତ୍ରାରେ ଏକ ହଜାରରୁ ଅଧିକ ସଂଖ୍ୟାରେ ଜିଲ୍ଲାବାସୀଙ୍କୁ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ପରିସରରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆକୁ ଆସିଥିଲେ। ଯାତ୍ରାର ପ୍ରାରମ୍ଭରେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ତ୍ରିରଙ୍ଗା ପତାକା ସହ ହର ଘର ତ୍ରିରଙ୍ଗା ସେଲଫି ନେବା ସହ କାନଭାସରେ ‘ଜୟ ହିନ୍ଦ୍’ ଲେଖି ନିଜର ଦସ୍ତଖତ କରିଥିଲେ। ଏହା ପରେ ଜୟହିନ୍ଦ୍ ନାରା ଓ ଘରେ ଘରେ ତ୍ରିରଙ୍ଗା  ନାରା ଦେଇ ଯାତ୍ରୀମାନେ କଲେଜ ଛକ, କୋର୍ଟ ଛକ, ବସ୍ ଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ (ଭା. ପ୍ର. ସେ) ସମସ୍ତ ଜନସାଧାରଣଙ୍କୁ ଦେଶପ୍ରେମର ବାର୍ତ୍ତା ଦେବା ସହ ସଚେତନ ନାଗରିକ ହିସାବରେ ଜାତୀୟ ପତାକା ‘ତ୍ରିରଙ୍ଗା’ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିବାକୁ କହିଥିଲେ। ଦେଶବ୍ୟାପୀ ହର ଘର ତ୍ରିରଙ୍ଗା ଅଭିଯାନ ଚାଲିଥିବାବେଳେ ଜିଲ୍ଲାବାସୀ ଏହି ଅଭିଯାନରେ ସାମିଲ ହୋଇ ୯ ରୁ ୧୫ ନିଜ ନିଜ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା, ତ୍ରିରଙ୍ଗା ସହ ସେଲ୍ଫି ନେଇ harghartiranga.com ରେ ଅପଲୋଡ଼ କରିବା ପାଇଁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ରଛାତ୍ରୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ମାନବ ଶୃଙ୍ଖଳ ରେ ଜାତୀୟ ପତାକା ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ସୋନାଲ କାନଭାସ ରେ ଜୟ ହିନ୍ଦ୍ ଲେଖି ଦସ୍ତଖତ କରିବା ସହ ଘର ଘର ତ୍ରିରଙ୍ଗା ସେଲ୍ଫି ପଏଣ୍ଟରେ ତ୍ରିରଙ୍ଗା ପତାକା ସହ ସେଲ୍ଫି ଉଠାଇଥିଲେ। ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂ ମଧ୍ୟ ସମସ୍ତ ଜିଲ୍ଲାବାସୀଙ୍କୁ ଘରେ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ସମ୍ମାନ ଜଣାଇବାକୁ କହିଥିଲେ। ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ତ୍ରିରଙ୍ଗା ଯାତ୍ରାରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜଗତସିଂପୁର ବିଡ଼ିଓ ଶ୍ରୀ ଆଶୁତୋଷ ମିଶ୍ର, ତହସିଲଦାର ଶ୍ରୀ ତାରିଣୀ ରଞ୍ଜନ ରାୟ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ,ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀମତୀ ବିଶ୍ୱବିଜୟନୀ ପଟ୍ଟନାୟକ, ଡିପିସି ମିଶନ ଶକ୍ତି, ଡିପିଏମ ଓଏଲ୍ଏମ,ସମସ୍ତ ଜିଲ୍ଲାସ୍ତରୀୟ ତଥା କ୍ଷେତ୍ରୀୟ ଅଧିକାରୀ, ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ,ସହରର ବୁଦ୍ଧିଜୀବୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ତହସିଲ, ପୌର ପରିଷଦ କାର୍ଯ୍ୟାଳୟ ର କର୍ମଚାରୀ ଆଇନଜୀବୀ, ସ୍ଵୟଂ ସହାୟକ ଗୋଷ୍ଠୀ, ମିଶନ ଶକ୍ତି ମହିଳା,ନେହେରୁ ଯୁବ କେନ୍ଦ୍ର , ବି କେ ଏସ୍ ଏସ୍ ର ସଦସ୍ୟ,ଅଳକା ଆଶ୍ରମ ର ସଦସ୍ୟ,ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ ତ୍ରିରଙ୍ଗା ପତାକା କୁ ସମ୍ମାନ ପ୍ରଦର୍ଶନ କରିବା ସହ ସେଲ୍ଫି ଓ ଦସ୍ତଖତ ଅଭିଯାନ ରେ ସାମିଲ ହୋଇଥିଲେ। ସହକାରୀ ଜିଲ୍ଲାପାଳ ସୁଶ୍ରୀ କଳ୍ପିତା କୁମାରୀ ଜେନା ଓ  ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *