ଭୁବନରେ ମହାପ୍ରଭୁ ଙ୍କ ସୁନାବେଶ

 ଭୁବନ ୨୫/୦୭/୨୦୨୬ (ଓଡ଼ିଶା ସମାଚାର)-  ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ତୃତୀୟା ଜୀଉ ଙ୍କ ସୁନା ବେଶ ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ରଥ ଉପରେ ପ୍ରଭୁଙ୍କର ସମସ୍ତ ନୀତି ସମ୍ପନ୍ନ ହେବାପରେ ସନ୍ଧ୍ୟା ୬ ଘଟିକା ରେ ସନ୍ଧ୍ୟାଧୂପ, ଆଳତୀ କରାଯାଇଥିଲା ।

ପରେ ମୁଖ୍ୟ ପୁରୋଧା ତୁଷାରକାନ୍ତି ମିଶ୍ର ଙ୍କ ସମେତ ଅନ୍ୟ ସେବାୟତ ମାନେ ରଥାରୂଢ଼ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ସୁନାବେଶ ରେ ସଜ୍ଜିତ କରିଥିଲେ । ମନ୍ଦିର ପରିଚାଳନା କମିଟି ସଭାପତି ଶୁଭେନ୍ଦୁ କୁମାର ସାହୁ ,ସମ୍ପାଦକ ନିରଞ୍ଜନ ଗୁରୁ ଙ୍କ ସମେତ ସମସ୍ତ କର୍ମକର୍ତ୍ତା,ସେବାୟତ,ମାତୃ ମଣ୍ଡଳୀ, ସଙ୍କୀର୍ତ୍ତନ ମଣ୍ଡଳୀ ଏବଂ ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ ଙ୍କ ତତ୍ତ୍ଵାବଧାନରେ ପୋଲିସ କର୍ମଚାରୀ ସୁନାବେଶ ରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *