ମଲ୍ଲିକପୁର ଗାଁ’ରେ ମାଆ ପିତାମ୍ବରୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ 

ମାହାଙ୍ଗା ୦୯/୦୩/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ହିନ୍ଦୁ ଧର୍ମରେ ଗ୍ରାମ ଦେବତୀଙ୍କ ପ୍ରତି ଅଖଣ୍ଡ ବିଶ୍ୱାସ ଦେଖିବାକୁ ମିଳେ ।   କାହିଁ କେଉଁ ଅନାଦି କାଳରୁ ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ ବସବାସ କରିଆସୁଥିବା ମଣିଷମାନେ ମୁଖ୍ୟତଃ ଗ୍ରାମ ଦେବତୀଙ୍କୁ ପୂଜାକରି ଆସୁଥିବା ଦେଖିବାକୁ ମିଳିଥାଏ ।  କଟକ ଜିଲ୍ଲା ମାହାଙ୍ଗା ବ୍ଲକର କୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଛୋଟିଆ ଗାଁ’ ହେଉଛି ମଲ୍ଲିକପୁର ।

  ବିରୂପା ନଦୀ କୂଳରେ ଗଢି ଉଠିଥିବା ଏହି ଗ୍ରାମର ଆରାଧ୍ୟ ଦେବତା ମାଆ ପିତାମ୍ବରୀ ।  ଗ୍ରାମର ପ୍ରତ୍ୟେକ ପରିବାରକୁ ମାଆ ପିତାମ୍ବରୀ ସବୁବେଳେ ସାହା ହୁଅନ୍ତି ବୋଲି ବିଶ୍ୱାସ ରହିଛି ।   ଗ୍ରାମବାସୀ ମାନେ ମାଆଙ୍କୁ ଅତ୍ୟନ୍ତ ଭକ୍ତି, ଶ୍ରଦ୍ଧା ଓ ବିଶ୍ୱାସର ସହିତ ପୂଜା କରିବା ଦେଖିବାକୁ ମିଳେ । ମାଆଙ୍କ ମନ୍ଦିରରେ ନୂତନ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

  ବିଶ୍ୱର କଲ୍ୟାଣ ଏବଂ ଗ୍ରାମରେ ସଦଭାବନା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଗ୍ରାମବାସୀ ମାନେ ଏହି ଧାର୍ମିୟ ଉତ୍ସବର ଆୟୋଜନ କରିବା ଦେଖିବାକୁ ମିଳିଛି ।  ୩ ଦିନ ବ୍ୟାପୀ ଆୟୋଜିତ ହେଉଛି ମାଆଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ l କଳସ ଶୋଭାଯାତ୍ରା, ମଙ୍ଗଳ ଆଳତୀ, ସୂର୍ଯ୍ୟ ପୂଜା, ଗୋ ପୂଜା, ଅଗ୍ନି ପୂଜା, ଘଟ ସ୍ଥାପନା, ହୋମ ଯଜ୍ଞ ଆଦି ଅନୁଷ୍ଠିତ ହେଉଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ମଲ୍ଲିକପୁର ଗ୍ରାମରେ ବିରାଜମାନ କରିଥିବା ମାଆ ପିତାମ୍ବରୀଙ୍କ ଅପୂର୍ଵ ଦର୍ଶନ ପାଇଁ ପହଂଚିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *