ପରମହଂସ ଠାରେ ଉଦ୍ୟାନ କୃଷି ତାଲିମ ଓ ଦକ୍ଷତା ବିକାଶ କର୍ମଶାଳା 

କଟକ ସଦର,୦୯/୦୩/୨୦୨୬(ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ଠାରେ ଆଜି ସୋମବାର ଦିନ ସଦର ବ୍ଲକ ସ୍ତରୀୟ ଉଦ୍ୟାନ କୃଷି ତାଲିମ ଓ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ କନ୍ଦରପୁର ମଣ୍ଡଳ ବିଜେପି ସଭାପତି ନିରଂଜନ ରାଉଳ ଙ୍କ ସଭାପତିତ୍ବରେ ଆୟୋଜିତ କର୍ମଶାଳାରେ ବ୍ଲକ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ରାଜ୍ୟ ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ଓୟୁଏଟି ର ପୂର୍ବତନ ପ୍ରଫେସର ଦେବବ୍ରତ ପାଣିଗ୍ରାହୀ, ମୂର୍ତ୍ତିକା ସଂରକ୍ଷଣ ଉପନିର୍ଦେଶିକା ଡ଼ଃ ମନିଷା ରାଉତ, ବିଜେପି ମହିଳା ମୋର୍ଚ୍ଚା ସଭାପତି ଲକ୍ଷ୍ମୀପ୍ରିୟା ସ୍ୱାଇଁ, କିଶନନଗର ବିଜେପି ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇ ଉଦ୍ୟାନ କୃଷି ଓ କୃଷକର ଉନ୍ନତି ପାଇଁ ମତାମତ ଉପସ୍ଥାପନ କରିଥିଲେ। କର୍ମଶାଳା ପରିଚାଳନାରେ ବ୍ଲକ ଉଦ୍ୟାନ କୃଷି ଅଧିକାରିଣୀ ପଦ୍ମିନୀ ବଳଙ୍କ ସମେତ ଲକ୍ଷ୍ମୀଧର ରାଉତ, ଦୀନବନ୍ଧୁ ବେହେରା, ରାଧାମୋହନ ମହଲା ପ୍ରମୁଖ ସହାୟତା କରିଥିଲେ। ଶେଷରେ ସୁରେଶ ଚନ୍ଦ୍ର ଜେନା ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *