ଜଗତସିଂହପୁର, ୨୬/୦୨/୨୦୨୬ (ଓଡ଼ିଶା ସମାଚାର)- ଆଜି ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ,ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି।ମନ୍ତ୍ରୀ ଶ୍ରୀ ପାତ୍ର ଜିଲ୍ଲା ରେ ଧାନ ମଣ୍ଡି ଖୋଲିବା ତଥା ଧାନ କିଣା ବିଷୟ ରେ ସମୀକ୍ଷା କରିଥିଲେ।ଧାନର FAQ ମାନ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଛନ୍ତି। ତେଣୁ ପ୍ରତ୍ୟେକ ଚାଷୀଭାଇ ମାନେ ଉନ୍ନତ ମାନର ଧାନ ଆଣି ମଣ୍ଡିରେ ଦେବା ସହିତ ସରକାରଙ୍କ ଠାରୁ ନିର୍ଦ୍ଧାରିତ ମୂଲ୍ୟ ପାଆନ୍ତୁ ବୋଲି ସେ ଯୋଗାଣ ଅଧିକାରୀ ଙ୍କୁ କହିଥିଲେ। ଚଳିତ ବର୍ଷ କଟନି ଛଟନି ପାଇଁ କୌଣସି ସହନଶୀଳତା ନାହିଁ ।
ଧାନ ସଂଗ୍ରହ ବେଳେ ମିଲର୍ ମାନେ ଚାଷୀଙ୍କୁ ଭଲ ଅଖା ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ରେ ମିଲର ଅଭାବରୁ ଧାନ କିଣା ମନ୍ଥର ହୋଇଥିବାରୁ ବାହାର ଜିଲ୍ଲାରୁ ତ୍ୱରିତ ମିଲର ଯୋଗାଇଦେବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ। ଏଥିସହିତ ଜିଲ୍ଲା ର ଯୁବ ଉଦ୍ୟୋଗୀ ମାନଙ୍କୁ ମଧ୍ୟ ମିଲର ହେବାପାଇଁ ଉପଦେଶ ଦେଇଥିଲେ। ମଡେଲ ମଣ୍ଡି ର ଵ୍ୟଵସ୍ଥା କରିବାପାଇଁ ଜିଲ୍ଲାପାଳ ଙ୍କୁ ପରାମର୍ଶ ଦେଇଥିଲେ। ଗତ ୨୦ ମାସ ମଧ୍ୟରେ କୃଷକ ବନ୍ଧୁ ମାନେ ଖୁସି ଅଛନ୍ତି ତଥା କୌଣସି ଚାଷୀ ଆତ୍ମହତ୍ୟା ର ଉଦାହରଣ ନାହିଁ। ଏହାଛଡା ଜିଲ୍ଲା ରେ ମନୋନୀତ ମିଲର ମାନଙ୍କୁ ସେମାନଙ୍କ ଜଣାଶୁଣା ରେଥିବା ଅନ୍ୟ ମିଲର୍ ମାନଙ୍କୁ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିବା
ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟରେ ଧାନମଣ୍ଡି ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ପ୍ରତ୍ୟେକ ମଣ୍ଡିରେ ଚାଷୀଙ୍କ ପାଇଁ ବିଶ୍ରାମ ସ୍ଥଳୀ, ପାନୀୟ ଜଳ ଭଳି ଅତ୍ୟାବଶ୍ୟକ ସେବା ଇତ୍ୟାଦି ସୁବ୍ୟବସ୍ଥିତ ଭାବରେ କରିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ଜିଲ୍ଲାପାଳ ତଥା ଯୋଗାଣ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ଯୋଗଦେଇ ମାନ୍ୟବର ସାଂସଦ ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ କହିଲେ ଯେ, ଚାଷୀ ମାନଙ୍କ ଉନ୍ନତି ନିମନ୍ତେ ଜିଲ୍ଲା ପ୍ରଶାସନ ସର୍ବଦା ତତ୍ପର ରହିଛି। ଏଥିସହିତ ବିଭାଗୀୟ ଅଧିକାରୀ ମାନଙ୍କୁ ସମ୍ବେଦନଶୀଳ ହେବାପାଇଁ ସେ ଉପଦେଶ ଦେଇଥିଲେ। କୌଣସି ଅସୁବିଧା ର ସମ୍ମୁଖୀନ ହେଲେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜିଲ୍ଲାରେ ଖୋଲା ଯାଇଥିବା ମଣ୍ଡି ସମ୍ପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ।୨୦୨୫-୨୬ ଖରିଫ୍ ଋତୁ ପାଇଁ ମୋଟ୍ ୪୯୬୮୫ କୃଷକ ପଞ୍ଜୀକୃତ କରିଛନ୍ତି। ଗତ କାଲି ସୁଦ୍ଧା ଜିଲ୍ଲାରେ ସର୍ବମୋଟ୍ ୧୧୩ ଟି ମଣ୍ଡିରେ ୨୦ ଜଣ ମିଲର୍ ଅଂଶ ଗ୍ରହଣ କରି ୬,୩୯,୩୨୨.୧୩ କ୍ଵିଣ୍ଟାଲ ଧାନ ସଂଗ୍ରହ କରିଛନ୍ତି। ୧୬,୫୦୨ ଜଣ ଚାଷୀ ଧାନ ବିକ୍ରି କରିସାରିଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୪,୪୫୯ ଜଣ ସରକାରଙ୍କ ନିର୍ଦ୍ଧାରିତ ଏମ ଏସ ପି ମୂଲ୍ୟ ପ୍ରାପ୍ତ କରିସାରିଛନ୍ତି ।
ଗତ ବର୍ଷ ଜିଲ୍ଲାରେ ୧୭,୧୪,୯୦୩.୦୨ କ୍ଵିଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ବେଳେ ଚଳିତ ବର୍ଷ ୧୮ ରୁ ୧୯ ଲକ୍ଷ ଧାନ ସଂଗ୍ରହ ପାଇଁ ଟାର୍ଗେଟ ପ୍ରାପ୍ତ ପାଇଁ ପ୍ରଚେଷ୍ଟା କରାଯାଉଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ,ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ , ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ,ଜିଲ୍ଲା ଯୋଗାଣ ଅଧିକାରୀ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ , ସହକାରୀ ନିବନ୍ଧକ କୋ ଅପରେଟିଭ ସୋସାଇଟି, ଜିଲ୍ଲା ପଞ୍ଚାୟତ ଅଧିକାରୀ, ସହକାରୀ ନିର୍ଦେଶକ, ଉଦ୍ୟାନ କୃଷି, ସମସ୍ତ ବି ଡି ଓ,ମିଲର, ବୁଦ୍ଧିଜୀବି, ଗଣମାଧ୍ଯମ ପ୍ରତିନିଧି ପ୍ରମୁଖ ଏହି ବୈଠକ ରେ ଅଂଶ ଗ୍ରହଣ କରିଥିଲେ ।
