ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ଶୋକ

ଭୁବନେଶ୍ୱର, ୧୦/୦୨/୨୦୨୪ (ଓଡ଼ିଶା ସମାଚାର)-  ଖଲ୍ଲିକୋଟ ରାଣୀ, ବର୍ଷୀୟାନ ନେତ୍ରୀ, ୧୦ ଥରର ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶକ କହିଛନ୍ତି  ।  ଚେନ୍ନାଇର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ଅବସ୍ଥାରେ ଗତ ରାତିରେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୮୭ ବର୍ଷ ହୋଇଥି ଲା ।

ବୟସାଧିକ୍ୟ କାରଣରୁ ୫ ବର୍ଷ ତଳେ ରାଜନୀତିରୁ ସନ୍ୟାସ ନେଇଥିବା ରାଣୀ ପ୍ରାୟତଃ ଚେନ୍ନାଇରେ ରହୁଥିଲେ । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ । ଗତ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ ।

୧୯୩୭ ମସିହାରେ ଜନ୍ମିତ ଶ୍ରୀମତୀ ଦେଓ ୧୯୬୧ ମସିହାରେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।  ୧୦ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ତାଙ୍କ ରାଜନୈତିକ କ୍ୟାରିୟରର ବିଶେଷତ୍ୱ ହେଉଛି ଯେ ସେ କେବେ କୌଣସି ଉଚ୍ଚ ପଦପଦବୀ ଚାହୁଁ ନ ଥିଲେ । ବିଜୁ ବାବୁ ଓ ନବୀନ ବାବୁ ତାଙ୍କୁ ଅତ୍ୟନ୍ତ ସମ୍ମାନ କରୁଥିଲେ । ତାଙ୍କୁ ବାରମ୍ବାର ମନ୍ତ୍ରୀ ପଦ ଯଚା ଯାଉଥିଲେ ମଧ୍ୟ ସେ ବିନମ୍ରତାର ସହ ତାହାକୁ ଗ୍ରହଣ କରି ନ ଥିଲେ ।

ଏହି ମହାନ୍ ନେତ୍ରୀଙ୍କ ବିୟୋଗ କେବଳ ଗଞ୍ଜାମ ଜିଲ୍ଲା ନୁହେଁ, ଓଡ଼ିଶା ରାଜନୈତିକ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି l

ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିବା ସହ ସ୍ଵର୍ଗତଃ ଆତ୍ମାର ସଦ୍ଗତିଃ ପାଇଁ ପ୍ରାର୍ଥନା କରିଛନ୍ତି I ଓମ୍ ଶାନ୍ତି

Leave a Reply

Your email address will not be published. Required fields are marked *