କୋଚିଲା ଗଛ ଜଳ, ପରିବେଶ ଓ ବାୟୁକୁ ସୁରକ୍ଷା ଦେବ, ରାଜଧାନୀରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ପକ୍ଷରୁ ଲାଗିବ ବ୍ୟାପକ କୋଚିଲା ଗଛ

ଭୁବନେଶ୍ୱର, ୨୨/୦୨/୨୦୨୪ (ଓଡ଼ିଶା ସମାଚାର)-  ମାଘମାସ ନୁହେଁ ବୈଶାଖ ଆରମ୍ଭ ହୋଇଗଲାଣି । ସ୍ଥିତି ଏମିତି ଯେ ଖରା ବାଧିଲାଣି । ଏସି ପଙ୍ଖାର ଆବଶ୍ୟକତା ପଡିଲାଣି । ଆଗକୁ ତାହାଲେ ନିଅାଁ ବର୍ଷିବ । ରାଜ୍ୟରେ ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଫେବୃୟାରୀ ମାସରେ ତାତି ଚିନ୍ତା ବଢ଼ାଉଛି । ଏଣୁ ରାଜଧାନୀରେ ବ୍ୟାପକ ବୃକ୍ଷ ରୋପଣ ଆବଶ୍ୟକ ରହିଛି ବୋଲି ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଆନୁକୂଲ୍ୟରେ ସ୍ଥାନୀୟ ହୋଟେଲ କଳିଙ୍ଗ ଅଶୋକଠାରେ ଏକ ଆଲୋଚନାଚକ୍ର ମତପ୍ରକାଶଛି । ଫାଉଣ୍ଡେସନର ଅଧ୍ୟକ୍ଷ ଡଃ ବିପିନ ମିଶ୍ରଙ୍କ ଅଧ୍ୟକ୍ଷତା କରି କହିଥିଲେ ଯେ ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ ପାଇଁ ବ୍ୟାପକ ବୃକ୍ଷ ରୋପଣ କରାଯିବ । ଭୁବନେଶ୍ୱରରେ ପୂର୍ବରୁ ବ୍ୟାପକ କୋଚିଲା ଗଛ ଥିବାରୁ ଏଠାରେ ସୁଦ୍ଧ ପାଣି ମିଳିବା ସହ ସୁଦ୍ଧ ପବନ ମଧ୍ୟ ମିଳେ । ଏଣୁ ରାଜଧାନୀରେ ଅଧିକରୁ ଅଧିକ କରାଯିବ ବୋଲି ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ନିଷ୍ପତି ହୋଇଛି । ଏହାକୁ ସଂଯୋଜନା କରି ଲିଙ୍ଗରାଜ ସାହୁ କହିଥିଲେ ଯେ ଛଅଋତୁ ଆଜି ସାତ ସପନ । ଶରତ, ଶୀତ ଓ ବସନ୍ତ କ୍ରମଶଃ ମାନସ ପଟରୁ ହଜିଗଲେଣି । ଏଣୁ ବୃକ୍ଷ ରୋପଣ ଓ ଏହାର ସୁରକ୍ଷା ଦ୍ୱାରା ପରିବେଶ ସୁସ୍ଥ ରହିପାରିବ । ଏଥି ପାଇଁ ବିଭିନ୍ନ ସଂଘଠନର କର୍ମକର୍ତା ଆଗେଇ ଆସିବାକୁ ନିବେଦନ କରିଥିଲେ । ଅନ୍ୟତମ ବକ୍ତା ଗୋଲକ ବିହାରି ସିଂ କହିଥିଲେ ଯେ ନିକଟରେ ପାଣିପାଗରେ ବିଶେଷ କିଛି ପରିବର୍ତନ ହେବାର ନାହିଁ । ମାର୍ଚ୍ଚ ଓ ଏପ୍ରିଲରେ ଅଧିକରୁ ଅଧିକ ତାତି ଅନୁଭୂତ ହେବ ବୋଲି ପ୍ରାକ୍ ଆକଳନ କରାଯାଇଛି । ଏପରିକି କଟକ ଓ ଭୁବନେଶ୍ୱର ସହରରେ ମଧ୍ୟ ତାତି ଚିନ୍ତାଜନକ ହୋଇରହିବ । ଫାଉଣ୍ଡେସନ୍ର ଓଡ଼ିଶା ମୁଖ୍ୟ ରବିନ୍ଦ୍ରନାଥ ରାଉତରାୟ କହିଥିଲେ ଯେ କୋଚିଲା ଗଛ ପୂର୍ବରୁ ଏକାମ୍ର କ୍ଷେତ୍ରରେ ବହୁ ପରିମାଣରେ ଦେଖାଯାଉଥିଲା । ଏହା ଯୋଗୁଁ ପାଣି ପବନ ସୁଦ୍ଧ ରହିଥିଲା । ଏହି ଗଛରେ  ଔଷଧୀୟ ଗୁଣ ରହିଛି । ଏଥି ପାଇଁ ପ୍ରଥମେ ବ୍ୟାପକ ଚାରା ପ୍ରସ୍ତୁତ କରାଯିବ । ଏହି ଚାରା ବିଭିନ୍ନ ଖାଲି ସ୍ଥାନରେ ଲଗାଯିବ । ଏହାକୁ ସ୍ଥାନୀୟ ସହଯୋଗୀ ବିଭିନ୍ନ ସଂସ୍ଥା ରକ୍ଷଣା ବେକ୍ଷଣ ଦାୟିତ୍ୱ ଦିଆଯିବ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କର୍ମକର୍ତା ଚକ୍ରଧର ଦାଶ, ଅଶୋକ ମହାପାତ୍ର, ଶ୍ୟାମସୁନ୍ଦର ମହାନ୍ତି, ମଙ୍ଗୁଳି ଚରଣ ପ୍ରଧାନ ସମେତ ବହୁ ସମାଜସେବୀ, ବୁଦ୍ଧିଜୀବୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *