ବନ୍ଦ ହୋଇଯିଵା ଅପପ୍ରଚାର କୁ ଖଣ୍ଡନ
କଟକ ସଦର , ୦୭/୦୩/୨୦୨୬ ( ଓଡିଶା ସମାଚାର / ବିଷ୍ଣୁ ବେହେରା): ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ ଯୋଜନା ଓ ଏବେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଆରୋଗ୍ୟ ଯୋଜନା ସହିତ ଅନୁବନ୍ଧିତ ହୋଇ ଗ୍ରାମାଞ୍ଚଳ ର ଲୋକ ମାନଙ୍କୁ ନିରନ୍ତର ସେବା ଯୋଗାଇ ଆସୁଥିବା ଜୀବନ ଜ୍ୟୋତି ହସ୍ପିଟାଲ ଏବେ କିଶନନଗର ରୁ କଟକ-ପାରାଦୀପ ରାସ୍ତା ର ରାମକୁମାରପୁର କୁ ସ୍ଥାନାନ୍ତରିତ ହୋଇଛି। ଏହି ଅତ୍ୟାଧୁନିକ ହସ୍ପିଟାଲରେ ରୋଗୀ ବିଶେଷ କରି ପ୍ରସêତି ମାନେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇପାରୁ ଛନ୍ତି । ଏହି ନାଁ ରେ ଥିବା ରାଜ୍ୟର କିଛି ହସ୍ପିଟାଲ କୁ ଅନିୟମିତତା ଅଭିଯୋଗରେ ଜିଲ୍ଲା ପ୍ରଶାସନ ସିଲ୍ କରିଥିବା ଜଣାପଡିଛି। ହେଲେ ଉକ୍ତ ହସ୍ପିଟାଲ ବନ୍ଦ ହୋଇଯାଇଥିଵା ନେଇ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଅପପ୍ରଚାର କରୁଥିବା ଜଣାପଡିଛି। ଏହାକୁ ଜୀବନ ଜ୍ୟୋତି ହସ୍ପିଟାଲ ର ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ନାୟକ ଖଣ୍ଡନ କରିଵା ସହିତ ଆଗାମୀଦିନରେ ଏଭଳି ଗୁଜବ ରଚନାକାରୀଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନିଆଯିବ ବୋଲି କହିଛନ୍ତି।
