ବଡ଼ବିଲ,୧୦/୦୪/୨୦୨୫ (ଓଡ଼ିଶା ସମାଚାର)- ବଡ଼ବିଲ ଥାନା ଏନ୍ ଏଚ୍ ୫୨୦ ଝାଡ଼ଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କଙ୍କ୍ରିଟ ମିକ୍ସଚର୍ ଟ୍ରକ୍ ସହ ଏକ ବାଇକ୍ ଧକ୍କା ହେବା ଫଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି ।
ମୃତକ, ଭଦ୍ରାସାହି ଟଣ୍ଟୋ ଅଞ୍ଚଳର ମଣ୍ଟୁ କେରକେଟା । ଗୁରୁତର ଆହତ ରାମୁ ମୁଣ୍ଡା ଏବଂ କରନ୍ ସିଂ ମୁଣ୍ଡାଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଉଭୟଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବଡ଼ବିଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।