ମଳିପଡା ରେ ରାମ ନବମୀ ଠାରୁ ରାମଲୀଳା ଆରମ୍ଭ

ନିରାକାରପୁର, ୨୦/୦୪/୨୦୨୪ (ଓଡ଼ିଶା ସମାଚାର)- ରାମ  ନବମୀ ଦିନଠାରୁ ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ସ୍ଥିତ ଉପରସାହି ରଘୁନାଥ ରାମ ମାନସ ସଂସଦ ତରଫରୁ ଦୀର୍ଘ ୯ ଦିନ ବ୍ୟାପି ପାଇଁ ରାମଲୀଳା ପରିବେଷଣ  ଆରମ୍ଭ ହୋଇଛି। ବନବିହାର ହୋଇଯାଇଛି। ଆଗକୁ ସୀତାଚୋରି,  ବାଳୀବଧ, ଲଙ୍କାପୋଡି, ଇନ୍ଦ୍ରଜିତ ବଧ, ମହିରାବଣ ବଧ ଏବଂ ଶେଷରେ ରାବଣ ବଧ ଅନୁଷ୍ଠିତ ହେବ। ଏଥିରେ ସହଯୋଗୀ ଭାବରେ,ଜଗନ୍ନାଥ  ଭୁଜବଳ (ଜାଗର), ଗୁଲୁରୀ କଳସ,ଶୁଭ୍ରଜିତ୍ ଖଣ୍ଡେଇତରାୟ(ଲିକୁ), ସାଗର କଳସ , ଦିଲ୍ଲୀପ  ଖଣ୍ଡେଇତରାୟ ଓ ସମୀର ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି। କଳାକାର ଭାବେ ଗୁଲୁ ପରିଡା, ଟିଂକୁ ନିଃସଙ୍କ, ପ୍ରଦ୍ୟୁମ୍ନ ଖଣ୍ଡେଇତ ରାୟ, ଲିପୁନ ମହାରଣା,   ରଶ୍ମିରଞ୍ଜନ      ମହାରଣା (ଭାକା), ବିଜୟ ରାୟଗୁରୁ, ବାଇନ ଦଳେଇ ଏବଂ ଅଜୟ କଳସ, ଜିତେନ୍ଦ୍ର କଳସ,ଅର୍ଜୁନ ନିସଙ୍କ, ସୀତାରାମ ମହାପାତ୍ର ପ୍ରମୁଖ ଯୋଗ ଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରୁଛନ୍ତି।ଏହି ରାମଲୀଳା ନାଟକ ଦେଖିବାକୁ ଦର୍ଶକ ମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳୁଛି  ।

Leave a Reply

Your email address will not be published. Required fields are marked *