ଯାଜପୁର ଜିଲ୍ଲାରେ ନିଯୁକ୍ତି ମେଳା 

ଯାଜପୁର ୦୩/୦୧/୨୦୨ ୪ (ଓଡ଼ିଶା ସମାଚାର /ସୁରେଶ କୁମାର କର )- ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ଆନୁକୁଲ୍ୟରେ ଜିଲ୍ଲା ପ୍ରଶାସନ, ଯାଜପୁର ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ, ଯାଜପୁରଙ୍କ ମିଳିତ ଉଦ୍ୟମରେ ଯାଜପୁର ଜିଲ୍ଲାର ନରସିଂହ ଚୌଧୁରୀ (ସ୍ବୟଂଶାସିତ) ମହାବିଦ୍ୟାଳୟ ଠାରେ ଏକ ନିଯୁକ୍ତ ମେଳାର ଆୟୋଜନ ହୋଇଯାଇଅଛି । ଏହି ନିଯୁକ୍ତି ମେଳା ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ପ୍ରଭାତ କୁମାର ଦସ୍ତୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଅଛି । ଏହି ନିଯୁକ୍ତି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଷ୍ଠିତ ୩୦ଟି ବେସରକାରୀ ସଂସ୍ଥାର ନିଯୁକ୍ତିଦାତାମାନେ ଅଂଶ ଗ୍ରହଣକରି ସମୁଦାୟ ୭୪୪ ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କୁ ନିଯୁକ୍ତି ପାଇଁ ପ୍ରତ୍ୟେକ୍ଷ ଭାବେ ଚୟନ କରିଛନ୍ତି । ଏହା ବ୍ୟତୀତ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ସହିତ ଅନୁବନ୍ଧିତ ଥିବା ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ମାନେ ମଧ୍ୟ ଏହି ନିଯୁକ୍ତି ମେଳାରେ ଅଂଶ ଗ୍ରହଣକରି ସମୁଦାୟ ୯୧ ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କୁ ନିଯୁକ୍ତ ରିରିକ ସୁଚ୍ଛ ଅବଧୂର ଦକ୍ଷତା ବିକାଶ ତାଲିମ ପ୍ରଦାନ କରିବା ପାଇଁ ଚୟନ କରିଛନ୍ତି । ତାଲିମ୍ ସମୟର ପ୍ରଶିକ୍ଷଣ, ରହିବା ଏବଂ ଖାଦ୍ୟପେୟ ବାବଦର ସମସ୍ତ ଖର୍ଜ ରାଜ୍ୟ ସରକାର ବହନ କରିବେ । ୧୮ ବର୍ଷ ବୟସରୁ ୩୫ ବର୍ଷ ବୟସ ମଧ୍ୟରେ ଏବଂ ଶିକ୍ଷାଗତ ଯୋଗ୍ୟତା ୫ମ ଶ୍ରେଣୀ ପାସ୍ ଠାରୁ ସ୍ମାରକ ପାସ୍‌ ଏବଂ ଆଇ.ଟି.ଆଇ ଓ ଡିପ୍ଲୋମା ପାସ୍‌ ପ୍ରାର୍ଥୀ/ ପ୍ରାର୍ଥୀନୀମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଇଚ୍ଛା ମୁତାବକ ନିଯୁକ୍ତି ପ୍ରଦାନକାରୀ ଘରୋଇ ସଂସ୍ଥାର ପ୍ରତିନିଧୀ ମାନଙ୍କ ସହିତ ସାକ୍ଷାତକାର କରି ପ୍ରତ୍ୟକ୍ଷ ନିଯୁକ୍ତିର ସୁଯୋଗ ପାଇଛନ୍ତି ।

ଏହି ନିଯୁକ୍ତି ମେଳାରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଯାଜପୁର, ମ୍ୟୁନିସିପାଲିଟି ଅଧକ୍ଷା ଶ୍ରୀମତୀ ରଂଜୁଲତା ହୋତା ଏବଂ ଡ. ବିଷ୍ଣୁ ଚରଣ ଦାସ (ଅଧ୍ୟକ୍ଷ) ନରସିଂହ ଚୌଧୁରୀ (ସ୍ଵୟଂଶାସିତ) ମହାବିଦ୍ୟାଳୟ ସମ୍ମାନୀୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ନିଯୁକ୍ତି ମେଳାରେ ଅଗ୍ନିଶମ ବିଭାଗର କର୍ମଚାରୀ, ହସ୍‌ପିଟାଲ କର୍ମଚାରୀ ଓ ଆମ୍ବୁଲାନ୍ତି ଏବଂ ଜଳଯୋଗାଣ କାର୍ଯ୍ୟାଳୟର କର୍ମଚାରୀମାନେ ସମସ୍ତ ସହଯୋଗ  କରିଥିଲେ ।

Leave a Reply

Your email address will not be published. Required fields are marked *