କେନ୍ଦ୍ରାପଡା, ୦୫/୦୩/୨୦୨୬ (ଓଡ଼ିଶା ସମାଚାର)-ଆନ୍ତର୍ଜାତୀୟ ସମ୍ମାନସ୍ପଦ ନେତୃତ୍ୱ, ପ୍ରବାଦ ପୁରୁଷ ରାଷ୍ଟ୍ରନାୟକ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ କେନ୍ଦ୍ରାପଡା ନଗର ଓ ବ୍ଲକ ବିଜୁ ଜନତା ଦଳ ଆନୁକୂଲ୍ୟରେ କେନ୍ଦ୍ରାପଡା ସହରର ସାନ୍ତସାହି ସ୍ଥିତ ବଳଦେବଜୀୟୁ ମଣ୍ଡପରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସକାଳେ ସହରର ନୂଆ ବସ ଷ୍ଟାଣ୍ଡ୍ ଓ ପୁରୁଣା ଡାକ୍ତରଖାନା ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା ।
ଜିଲା ବିଜୁ ଜନତା ଦଳ ସଭାପତି ଶିବ ପ୍ରସାଦ ଭଳଙ୍କ ସଭାପତିତ୍ୱରେ ସନ୍ଧ୍ୟାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ କହିଥିଲେ ଯେ ବିଜୁବାବୁ ଭାରତର ପ୍ରଥମ ରାଜ୍ୟ ଓଡିଶାରେ ମହିଳାମାନଙ୍କ ପାଇଁ ତ୍ରିସ୍ତରୀୟ ପଂଚାୟତ ଓ ପୌର ନିର୍ବାଚନରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ଏଥିସହିତ ଗାଁକୁ କାମ ମା’କୁ ସମ୍ମାନ ପ୍ରତି ଗୁରୁତ୍ୱ ଦେଇ ବହୁ ବିକାଶ ମୂଳକ କାର୍ଯ୍ୟ କରିଥିଲେ । ବିଜେପି ସରକାର ଆଜିର ଦିନକୁ ପଂଚାୟତିରାଜ ଦିବସ ପାଳନ ଓ ସରକାରୀ ଛୁଟିକୁ ବାତିଲ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କ୍ଷୋଭର ସହିତ ବିଧାୟକ ଶ୍ରୀ ବେହେରା କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭାପତି ଲିଲିତା ଦାସ, କେନ୍ଦ୍ରାପଡା ପୌରାଧ୍ୟକ୍ଷା ସରିତା ସାହୁ, ପୂର୍ବତନ ଜିଲା ପରିଷଦ ସଭାପତି ମାନସ କୁମାର ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶୀଷ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ରୋସନା ସାହୁ, ସ୍ୱୟଂପ୍ରଭା କର, ସୁମିତ୍ରା ପାଢୀ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଯଯାତିକେଶରୀ ମହାନ୍ତି, ପୌରସଭ୍ୟ କାଳୀପ୍ରସାଦ ମିଶ୍ର, ଉମେଶ ଚନ୍ଦ୍ର ନାୟକ, ବ୍ଲକ ସଭାପତି ଆଲୋକ ସାହୁ,ଜିଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ପ୍ରିୟଦର୍ଶିନୀ ତରାଇ, ଲୋହିତ କୁମାର ମହାନ୍ତି, ରାଜେଶ ମହାନ୍ତି, ସୁର ଜେନା, ଅଜିତ କୁମାର ପରିଡା, ପ୍ରଦୀପ ସୁତାର, ପ୍ରିୟଙ୍କାପ୍ରିୟଦର୍ଶିନୀ ନାୟକ, ସଞ୍ଜୟ କୁମାର ଜେନା, ପୂର୍ବତନ ପୌର ସଭ୍ୟ ମୁକ୍ତାର ଖାନ୍, ସଂଖ୍ୟାଲଘୁ ସେଲ୍ ସଭାପତି ସେକ୍ ଚନ୍ଦନ ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ବିଜେଡି ନେତା ରଞ୍ଜିତ ସାହୁ, ହିବଜୁର ରହେମାନ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଗଣେଶ ମେକାପ ଧନ୍ୟବାଦ ଅର୍ପଣ କରିଥିଲେ ।
