କଟକ ସଦର ,୦୧/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦଳବିରୋଧୀ କାର୍ଯ୍ୟ ପାଇଁ ଗତକାଲି ବିଜେଡି ରୁ ନିଲମ୍ବିତ ହୋଇଥିବା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କ ଉପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କଟୁ ମନ୍ତବ୍ୟ ଦେଵାର ଗୋଟିଏ ଦିନ ପରେ ଅର୍ଆଥାତ୍ ଆଜି ରବିବାର ପ୍ରଭାତ ତାଙ୍କ ବାସଭବନରେ ପୁଅ ବିଧାୟକ ସୈ।ଭିକ ବିଶ୍ବାଳ ଙ୍କ ବ୍ୟାନର ତଳେ ସାମ୍ବାଦିକ ସମ୍ମିଳନୀରେ ଏହାର କଡ଼ା ଜବାବ ରଖିଛନ୍ତି।
ପ୍ରଭାତ କହିଛନ୍ତି ଯେ ଦେବାଶିଷ ସାମନ୍ତରାୟ ଜଣେ ମଦୁଆ,ଟାଉଟର,ଗୁଣ୍ଡା,ଲମ୍ପଟ,ରାଣ୍ଡୁଆ ଏପରିକି ତାଙ୍କ ପଛରେ ଆଉ ଯେତେ ଆଡଜେକ୍ଟିଭ୍ ଲଗାଇଲେ ବି କମ୍ ପଡିବ। ମୁଁ କେବେ ବି ନୀତି କୁ ଵନ୍ଧା ପକାଇନାହିଁ ଦେବାଶିଷଙ୍କ ପରି। ଦେବାଶିଷ ଜଣେ ବେପାରୀ। ସବୁବେଳେ କୋଟି କୋଟି ଟଙ୍କା ଗୁଣ୍ଡା ବଟି ଆଦାୟ କରିବାରେ ମାହିର। ତାଙ୍କ ଚରିତ୍ର ବିଷୟରେ ତାଙ୍କ ସାନ ଭାଇ ବୋହୁ ଅଧିକ କହିବେ ବୋଲି କହିଛନ୍ତି। ମୁଁ କ’ଣ ତାହା କଟକ ସଦର,ଚୈ। ଦ୍ୱାର-କଟକ ସହିତ ଓଡ଼ିଶାର ଜନସାଧାରଣ ବେଶ୍ ଭଲଭାବରେ ଜାଣିଛନ୍ତି ବୋଲି କହିବା ସହିତ କାଲି ଯିଏ ବିଜେଡ଼ି କୁ ବିରୋଧ କରୁଥିଲେ ଆଜି କେଉଁ ସ୍ୱାର୍ଥରେ ୟୁଟର୍ଣ୍ଣ ମାରିଲେ ବୋଲି ପ୍ରଭାତ ଦେବାଶିଷ ଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି। ଆଗକୁ କଟକ ବିଜେଡ଼ି ରାଜନୀତି ସହିତ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହେବା ସମ୍ଭାବନା କୁ ଏଡେ଼ଇ ଦେଇ ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକଙ୍କ ମତାମତ ରୁ ଜଣାପଡିଛି।
