ମାହାଙ୍ଗା, ୦୧/୦୩/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା)- ରଙ୍ଗର ପର୍ବ ହୋଲିକୁ ସ୍ୱାଗତ କରିବାକୁ ଯାଇ,କୁଣ୍ଡି ଗ୍ରାମପଞ୍ଚାୟତ ସଭା ଗୃହରେ ଭାରତୀୟ ଜୀବନବୀମା ନିଗମ ଶିଖରପୁର ଶାଖା ପକ୍ଷରୁ ଏକ ସାଂଗଠନିକ ବୈଠକ ଆୟୋଜିତ ହୋଇଥିଲା । ଜୀବନରେ ସୁଖ, ସମୃଦ୍ଧି, ସଫଳତା ଏବଂ ସୁରକ୍ଷା ନିମନ୍ତେ ପ୍ରତ୍ୟେକ ପରିବାରକୁ ଜୀବନବୀମା ଯୋଜନାରେ ସାମିଲ କରିବାକୁ ଏହି ବୈଠକରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମକୁ ଜୀବନବୀମା ନିଗମର ସିବିଓ (୩ ) ଶିଖରପୁର ଚିଫ ମ୍ୟାନେଜର ଏଲ ହେମଲା ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ ।
ଜୀବନଵୀମା ନିଗମର ଶିଖରପୁର ବ୍ରାଞ୍ଚ ମ୍ୟାନେଜର ଦୀପ ମିତ୍ର,ସାଲେପୁର ଶାଖା ପରିଚାଳକ ବୈଦ୍ୟନାଥ ସିଂହ,ଏଚ ଜି ଏ ସୁଶାନ୍ତ କୁମାର ରାଉତ ଏବଂ ଏଚଜିଏ ହରିଶ ରାଉତ,ସ୍ଥାନୀୟ ସରପଞ୍ଚ ବିଜୟାନନ୍ଦ ସ୍ୱାଇଁ, ସାମ୍ବାଦିକ ଅଖିଳେଶ ମହାନ୍ତି ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ପ୍ରତାପ କିଶୋର ନାୟକ, ଅଲେଖ ଚନ୍ଦ୍ର ଦାସ, କିଶୋର ଚନ୍ଦ୍ର ଆଚାର୍ଯ୍ୟ, ସୁବାସ ଚନ୍ଦ୍ର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଶିଖରପୁର ଜୀବନବୀମା କାର୍ଯ୍ୟାଳୟ ମୁଖ୍ୟ ଉପଦେଷ୍ଟା ଭାଗ୍ୟଧର ମହାନ୍ତି ପରିଚାଳନା କରିଥିଲେ । ଜୀବନବୀମା ନିଗମ ଶିଖରପୁର ବ୍ରାଞ୍ଚ ଅଧିନରେ ଥିବା ୬0 ରୁ ଉର୍ଦ୍ଧ୍ଵ ସୁପରଭାଇଜିଂ ଏଜେଣ୍ଟ ଏହି କର୍ମଶାଳାରେ ଯୋଗଦେଇଥିଲେ ।
ଜୀବନବୀମା ମାଧ୍ୟମରେ କେବଳ ସଂଚୟ କରି ଆର୍ଥିକ ସ୍ୱଚ୍ଛଳ ହୋଇପାରିବା ସେକଥା ନୁହେଁ,କିପରି ଆମ ପରିବାର ସବୁକ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିବ ସେଥିପ୍ରତି ଏଜେଣ୍ଟ ମାନେ ଜନ ସଚେତନତା ସୃଷ୍ଟି କରିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଏହି ଅବସରରେ ରଙ୍ଗର ପର୍ବ ହୋଲିକୁ ଭାଇଚାରା ଓ ସଦଭାବନାର ସହିତ ଆନନ୍ଦ ଏବଂ ଉଲ୍ଲାସ ମଧ୍ୟରେ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଥିଲା ।
ସତ୍ୟଭାମା ସ୍ୱାଇଁ,ଆର୍ତ୍ତତ୍ରାଣ ସାହୁ, ଅମ୍ରିତ ମହାନ୍ତି, ଅବନୀ ମହାନ୍ତି, ବିରଜା ପ୍ରସାଦ ଦାସ, ଜ୍ୟୋତ୍ସ୍ନାମୟୀ ଦାସ,ନମିତାରାଣୀ ସେଠୀ, ସୁଜାତା ପଟ୍ଟନାୟକ, ମଧୁସ୍ମିତା ସାମଲ, ଶ୍ଵେତାଲିନ ପାଣି, ମାନସୀ ଲେଙ୍କା, ମାନସ ରଞ୍ଜନ ପଣ୍ଡା, ନିହାର ରଞ୍ଜନ ବଳ,ପ୍ରମୁଖ ପରିଚାଳନା କରିଥିଲେ ।
