ବିଜୁ ଜନତା ଦଳ ର ୨୭ତମ ପ୍ରତିଷ୍ଠାଦିବସ ପାଳିତ

ହିନ୍ଦୋଳ,୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ଆଜି ବିଜୁଜନତାଦଳର ୨୬ବର୍ଷ ପୁର୍ତ୍ତି ଓ ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ହିନ୍ଦୋଳ ନିର୍ବାଚନମଣ୍ଡଳୀର ପ୍ରିୟ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକଙ୍କ ନେତୃତ୍ୱରେ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓଡାପଡାବ୍ଲକ ଅନ୍ତର୍ଗତ ଦାସଦେବୀ ପଡ଼ିଆ ଠାରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟକେନ୍ଦ୍ରବିନ୍ଦୁ ତଥା ମୁଖ୍ୟଆକର୍ଷଣ ଥିଲେ ବିଧାୟିକା ସୀମାରାଣୀ । ସହସ୍ରାଧିକ ବିଜୁନବୀନ ପ୍ରେମୀ ବିଜେଡିକର୍ମୀ କାର୍ୟ୍ୟକର୍ତା ମାନଙ୍କୁ ତାଙ୍କ ବହୁମୂଲ୍ୟ ବକ୍ତବ୍ୟରେ ଉଦବୋଧନ ଦେଇ ମାନ୍ୟବର ନବୀନ ବାବୁଙ୍କ ୨୫ବର୍ଷର ଶାସନରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ ଜନହିତକର କାର୍ୟ୍ୟ ବ୍ୟାଖ୍ୟା କରି କହିଥିଲେ ନବୀନବାବୁଙ୍କ ସବୁଠାରୁ ଐତିହାସିକ କାର୍ୟ୍ୟ ଶୂନ୍ୟସହନଶୀଳତା, ବିଜୁସ୍ୱାସ୍ଥ୍ୟକଲ୍ୟାଣ ଯୋଜନା, ବିଜୁସେତୁ, ପକ୍କାଘର,ମିଶନଶକ୍ତି ଯୋଜନାରେ ମହିଳା ସଶକ୍ତିକରଣ,ମହିଳା ସଂରକ୍ଷଣ,ଜନ୍ମରୁ ମୃତ୍ୟୁ ପର୍ୟ୍ୟନ୍ତ ସହାୟତା,ଗାଁ କାମ ମା’କୁ ସଂନମାନ,୫ଟି ଜରିଆରେ ସମସ୍ତ ଉର୍ନତିମୂଳକ କାର୍ୟ୍ୟ, ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ, ସମସ୍ତ ପଂଚାୟତକୁ ରାସ୍ତା, ମଠ ମନ୍ଦିର ମସଜିଦ ଉନ୍ନତିକରଣ ଇତ୍ୟାଦି ସହ ଓଡିଶାର ପ୍ରଗତି ପାଇଁ ଦିବାରାତ୍ରି କାର୍ୟ୍ୟକରୁଥିବାରୁ ଆଜି ସାଢ଼େ ଚାରି କୋଟି ଓଡିଶା ବାସୀଙ୍କ ହୃଦୟରେ ସ୍ଥାନ ପାଇପାରିଛନ୍ତି!ସେଥିପାଇଁ ପୁଣିଥରେ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଧାୟିକା ସୀମାରାଣୀ ଆହ୍ୱାନ ଦେଇଥିଲେ । ଏଥିସହ ବିଧାୟିକା ସଦାସର୍ବଦା ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ବିଗତ ଦଶବର୍ଷ ମଧ୍ୟରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବହୁ ଉନ୍ନୟନ ମୂଳକ କାର୍ୟ୍ୟ ସମ୍ପର୍ଣ୍ଣ କରିପାରିଛନ୍ତି ବୋଲି କହିଥିଲେ । ଉପସ୍ଥିତ ଅନ୍ୟ ଉଚ୍ଚପଦାଧିକାରୀ ଅତିଥିମାନେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦକ୍ରମେ ବିଧାୟିକା ସୀମାରାଣୀ ନାୟକ ତାଙ୍କ ଦଶବର୍ଷ ବିଧାୟିକାତ୍ବ କାଳରେ କରିଥିବା ସହସ୍ରାଧିକ ଉର୍ଣ୍ଣୟନ ମୂଳକ କାର୍ୟ୍ୟ ବର୍ଣନା କରି କହିଥିଲେ ଯେ ସୀମାରାଣୀ ନାୟକ ଜଣେ ସୁଶାଶିକା ସହ ଜଣେ ଶାନ୍ତସରଳ କର୍ତ୍ତବ୍ୟନିଷ୍ଟ, ଉଚ୍ଚଶିକ୍ଷିତା ନେତ୍ରୀ ଯିଏକି ନିଜ କର୍ତ୍ତବ୍ୟନିଷ୍ଠାରେ ହିନ୍ଦୋଳ ବିକାଶର ସାରଥୀ ହୋଇ ଜନସେବାଦ୍ୱାରା ହିନ୍ଦୋଳ ଜନସାଧାରଣଙ୍କ ହୃଦୟରେ ସ୍ଥାନ ପାଇପାରିଛନ୍ତି ଏବଂ ସୀମାରାଣୀଙ୍କ ବିକଳ୍ପ ହିଁ ନାହିଁ । ସେଥିପାଇଁ ଆଗାମୀ ଦିନରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ,ବିଧାୟିକା ସୀମାରାଣୀ ନାୟକଙ୍କ ହଟାମୁଠାକୁ ଟାଣ କରିବା ସହ ବିଜୁଜନତାଦଳକୁ ଜିତାଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଓ ସୀମାରାଣୀ ଙ୍କୁ ତୃତୀୟ ଥର ବିଧାୟିକା ଭାବରେ ନିର୍ବାଚିତକରି ହିନ୍ଦୋଳ ବିକାଶଧାରାକୁ ଆଗେଇନେବାକୁ ଆହ୍ୱାନ ଦେବାସହ ସମସ୍ତେ ଶପଥ ନେବାକୁ ପ୍ରତିଜ୍ଞାବଦ୍ଧ । ଆଜିର ଏହି କାର୍ୟ୍ୟକ୍ରମରେ ହିନ୍ଦୋଳ,ଓଡାପଡା ବ୍ଲକ ଦ୍ଵୟର ଦୁଇ ଅଧ୍ୟକ୍ଷ୍ୟା,ଉପାଧ୍ୟକ୍ଷ ଦ୍ୱୟ, ସମସ୍ତ ସାତ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା, ସମସ୍ତ ସରପଞ୍ଚ, ସମିତିସଭ୍ୟ,ବିଜେଡି ଜିଲ୍ଲା ଉପସଭାପତି,ସମ୍ପାଦକ, ବ୍ଲକ ସଭାପତି ଦ୍ବୟ, ଯୁବ, ଛାତ୍ର, ସଂଖ୍ୟାଲଘୁ, ମହିଳା ସଭାପତି, ସମ୍ପାଦକମାନେ, ଏନଏସି ଅଧ୍ୟକ୍ଷ, ଉପାଧ୍ୟାକ୍ଷା, ସମସ୍ତ କାଉନସିଲର ଏବଂ ସହସ୍ରାଧିକ ବିଜେଡି କର୍ମୀ ମାନେ ଯୋଗଦେଇଥିଲେ । ଏହି କାର୍ୟ୍ୟକ୍ରମରେ ବିଧାୟିକା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଭୁଜଗନ୍ନାଥ ଓ ବିଜୁବାବୁଙ୍କ ଫୋଟୋରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବାବେଳେ ବିଜୁଜନତାଦଳର ସଂକଳ୍ପ ଶପଥ ପାଠ କରାଯାଇଥିଲା ।

Leave a Reply

Your email address will not be published. Required fields are marked *