ଇଶାଣୀଵ୍ରହ୍ମପୁର ପଞ୍ଚାୟତରେ ବିଧାୟକ ପ୍ରକାଶ ସେଠୀ ଙ୍କ ମେଗା ଶିଳାନ୍ୟାସ କାର୍ଯ୍ୟକ୍ରମ 

କଟକ ସଦର,୦୧/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଇଶାଣିଵ୍ରହ୍ମପୁର ପଞ୍ଚାୟତରେ ଆଜି ରବିବାର ଦିନ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଏକାଧିକ ପ୍ରକଳ୍ପର ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ କରିଥିବା ଜଣାପଡିଛି।

ଏହି ଉପଲକ୍ଷେ ସୁଦାମଵତୀ ବିଜେପି ମଣ୍ଡଳ ସଭାପତି ରଘୁନାଥ ଚୈ।ଧୁରୀ ଓ ବିଜେପି ଯୁବନେତା ଦୀପକ ମହାନ୍ତି (ଲିପୁ)ଙ୍କ ନେତୃତ୍ଵରେ ଆୟୋଜିତ ବାଇକ୍ ରାଲିରେ ବିଧାୟକ ଙ୍କୁ କିଶନନଗର ଡାକବଙ୍ଗଳା ଠାରୁ ନିଆଯାଇ ପଞ୍ଚାୟତରେ ପହଞ୍ଚାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଧର ବେହେରା, ବଳରାମ ସେଠୀ, ହିମାଂଶୁ ଶେଖର ମହାନ୍ତି, ରଞ୍ଜନ ବିଶୋଇ, ପବିତ୍ର ସାହୁ, ବାଲ୍ମୀକି ଭୋଇ, ଅମୀୟ ସାହୁ, ସୁଶାନ୍ତ ବେହେରା, ବିକ୍ରମ ସାହୁ, ସାଗର ବିଶୋଇ,ଜଗନାରାୟଣ ମହାପାତ୍ର, ନବକିଶୋର ସାହୁ,ଅଭୟ ରାଉତ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *