କଟକ ସଦର ପଞ୍ଚାୟତ ସମିତି ୯ମ ସାଧାରଣ ଅଧିବେଶନ ସୁରୁଖୁରୁରେ ଶେଷ 

କଟକ ସଦର, ୧୫/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ପଞ୍ଚାୟତ ସମିତିର ୯ମ ସାଧାରଣ ଅଧିବେଶନ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କ ଅଧ୍ୟକ୍ଷତାରେ ଆଜି ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ବିଭିନ୍ନ ପଞ୍ଚାୟତର ସମସ୍ୟା ସମ୍ପର୍କରେ ଅବଗତ ହୋଇ ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଵିଡିଓ ପ୍ରତୀକ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ସଦର ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଅମ୍ବିକା ପାତ୍ର, ସହକାରୀ ଯନ୍ତ୍ରୀ ସୁଭସ୍ମିତା ନାଥ ପ୍ରମୁଖଙ୍କ ସହିତ ବ୍ଲକ୍ ଓ ଅନ୍ୟାନ୍ୟ ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ବ୍ଲକ୍ ପରିସରରେ ଅବହେଳିତ ଅବସ୍ଥାରେ ଥିବା ଜାତୀର ପୀତା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ସମ୍ପର୍କରେ ଝାରକଟା ସରପଂଚ ଶିଶିର କୁମାର ରାଉତଙ୍କ ଦୃଷ୍ଟି ଆକର୍ଷଣରେ ଯଥାଶୀଘ୍ର ଏକ ଉପଯୁକ୍ତ ସ୍ଥାନରେ ମୂର୍ତ୍ତି ସ୍ଥାପିତ ହେବ ବୋଲି ବିଡ଼ିଓ ପ୍ରତୀକ ସାହୁ କହିଥିଲେ। ସେହିପରି ଧରିଣା ପଞ୍ଚାୟତ ପାରାଵିଲ ଗ୍ରାମରେ ଦୀର୍ଘ ଦିନ ହେଲା ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ଶେଷ ହୋଇଥିବା ବେଳେ ତାହା କେବେ କାର୍ଯ୍ୟକ୍ଷମ ହେବ ବୋଲି ସରପଂଚ ରତ୍ନାକର ରାଉତ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକଙ୍କ ନିର୍ଦ୍ଦେଶରେ ଆରଡଵ୍ଲୁଏସଏସ ଜେଇ ସୁନିତା ମହାନ୍ତି ତାହା ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। ଶେଷରେ ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନାରେ ବ୍ଲକର ସମସ୍ତ କର୍ମଚାରୀଙ୍କ ସମେତ ବ୍ଲକ ସମ୍ବଳ ସଂଯୋଜକ ତେଜେସ୍କର ସିଂହ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *