କାଠଯୋଡି ବିହାର ବସ୍ତିରେ ଆଇନ୍ ସଚେତନତା କାର୍ଯ୍ୟକ୍ରମ

କଟକ, ୨୮/୦୨/୨୦୨୬ (ଓଡ଼ିଶା ସମାଚାର) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କଟକ ଆନୁକୁଲ୍ୟରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ କାଠଯୋଡି ବିହାର ବସ୍ତିରେ ଅନୁଷ୍ଠିତ ହୋଇଛି। ମାଇଗ୍ରାଣ୍ଟ ଲେବର ଓ ସେମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ସାହି ସଭାପତି ଦିଲିପ କୁମାର ବେହେରା ସଭାତ୍ବ କରିଥିଲେ। ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ସଚିବ ଶ୍ରୀ ଜଗଦିଶ ଚନ୍ଦ୍ର ଜେନା, ଆଇନଜୀବୀ ଶ୍ରୀ ବିଜୟ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ସାହି ସମ୍ପାଦିକା ବିମଳା ରଣା ଅତିଥି ପରିଛୟ ପ୍ରଦାନ କରିଥିଲେ।ସଚିବ ଆଇନଗତ ସାହାଯ୍ୟ ଓମାଇଗ୍ରାଣ୍ଟ ଲେବର ବାବଦରେ ଆଲୋଚନା କରିଥିଲେ।

ଆଇନଜୀବୀ ଶ୍ରୀ ପଣ୍ଡା ମାଇଗ୍ରାଣ୍ଟ ଲେବର ଅଧିକାର ବିଷୟରେ ସଚେତନ କରାଇବା ସହ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ। ସ୍ଥାନୀୟ ଜଳସାଥୀ ସାଗରୀକା ବେହେରା ଲୋକଙ୍କର ସମସ୍ୟା ଉପରେ ଆଲୋକପାତ କରିଥିଲେ। ମୋଟ ୯୦ଜଣ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ। ଶେଷରେ ଚିନ୍ମୟ ମହାପାତ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Leave a Reply

Your email address will not be published. Required fields are marked *