ସାଇ ମନ୍ଦିର ରେ  କୁମାରୀ ପୂଜା

ଗରଦପୁର,୧୯/୧୦/୨୦୨୬(ଓଡ଼ିଶା ସମାଚାର)- ଶିରିଡ଼ି ସାଇ ବାବା ଛୋଟ ଛୋଟ ପିଲା ମାନଙ୍କୁ ଭଲ ପାଉଥିଲେ । ସେମାନଙ୍କୁ ଆଦର କରିବା ସହିତ ସେମାନଙ୍କ ପାଇଁ ବିଭିନ୍ନ ପର୍ବପର୍ବାଣୀ ଉପଲକ୍ଷେ ପ୍ରସାଦ ସେବନର ବ୍ୟବସ୍ଥା କରୁଥିଲେ । ସେହି ପ୍ରକ୍ରିୟା ମଧ୍ୟ ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ବସନ୍ତପୁର ଗ୍ରାମରେ ଥିବା ଶିରିଡ଼ି ସାଇ ମନ୍ଦିର ରେ ପାଳନ କରାଯାଇଛି । ଅଂଚଳର ଛୋଟ ଛୋଟ ବାଳିକା ବା କୁମାରୀ କନ୍ୟା ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବା ସହିତ ଉପହାର ବଂଟନ କରାଯାଇଛି । ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଡ଼କ୍ଟର ରୁଦ୍ର ମହାନ୍ତିଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ସଦସ୍ୟ ରବିନ୍ଦ୍ର କୁମାର ମହାପାତ୍ର, ଚଣ୍ଡି ପ୍ରସାଦ ମହାନ୍ତି , ସରୂପ ମହାନ୍ତି ,କମଳ ମହାନ୍ତି ଓ ସଂଯୁକ୍ତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

ଉଲେଖଯୋଗ୍ୟ ଯେ ହିନ୍ଦୁ ଧର୍ମରେ ନାରୀକୁ ଶକ୍ତିର ରୂପ ମନାଯାଏ। ଛୋଟ ଛୋଟ କୁମାରୀ କନ୍ୟାମାନଙ୍କ ଭିତରେ ଦେବୀଙ୍କର ଅଂଶ ରହିଛି ବୋଲି ବିଶ୍ୱାସ କରାଯାଏ। ସାଧାରଣତଃ ଦଶହରା ବା ଦୁର୍ଗାପୂଜାର ମହାଷ୍ଟମୀ କିମ୍ବା ମହାନବମୀ ତିଥିରେ ଦେବୀ ଦୁର୍ଗାଙ୍କର ସ୍ୱରୂପ ଭାବରେ କୁମାରୀ କନ୍ୟାମାନଙ୍କୁ ପୂଜା କରାଯାଏ।

Leave a Reply

Your email address will not be published. Required fields are marked *