ପ୍ରଦିବାଦ ଦିବସ ପାଳନ ଅବସରରେ ମୁଖ୍ୟ ଶାସନ ସଚିବଙ୍କୁ ୧୨ଦଫା ଦାବି ସମ୍ବଳିତ ସ୍ମାରପତ୍ର ପ୍ରଦାନ

ଭୁବନେଶ୍ୱର,୨୬/୦୨/୨୦୨୬ (ଓଡ଼ିଶା ସମାଚାର)- ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ଫେବୃଆରୀ ମାସ ୨୬ ତାରିଖ ସମଗ୍ର ଭାରତବର୍ଷରେ ପ୍ରତ୍ୟେକ ରାଜ୍ୟ ସରକାରୀ କର୍ମଚାରୀମାନେ ପ୍ରତିବାଦ ଦିବସ ପାଳନ କରୁଥିବା ବେଳେ ଗୁରୁବାର ଓଡ଼ିଶା ରାଜ୍ୟ କର୍ମଚାରୀ ମହାସଂଘର ଏକ ୬ ଜଣିଆ ପ୍ରତିନିଧି ଦଳ ସମସ୍ତ ଠିକା ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ଚାକିରି ପ୍ରଦାନ, ଏନପିଏସ୍ ଓ ୟୁ ପିଏସ୍ ବଦଳରେ ସମସ୍ତଙ୍କୁ ପୁରୁଣା ପେନସନ ପ୍ରଦାନ, ୨୦୨୫ ପେନସନ ନିୟମକୁ ରଦ୍ଧ କରିବା, ସରକାରୀ କାର୍ଯ୍ୟାଳୟକୁ ସଙ୍କୁଚିତ ଓ ଘରୋଇକରଣ ବନ୍ଦ କରିବା, ସମସ୍ତ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟବୀମା ପ୍ରଦାନ, ଅଷ୍ଟମ ପେନସନ କମିଶନରଙ୍କୁ ଦିଆଯାଇଥିବା ଟର୍ମ ଆଣ୍ଡ ରେଫରେନ୍ସକୁ ପୁନର୍ବିଚାର କରିବା ସହ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କୁ ୨୦୨୬ଠାରୁ ଦରମା ଶତକଡ଼ା ୧୦ଭାଗ ସର୍ବନିମ୍ନ ୫୦୦୦ ଟଙ୍କା ମଧ୍ୟବର୍ତୀକାଳୀନ ସାହାଯ୍ୟ ପ୍ରଦାନ କରିବା ଏବଂ ପ୍ରତି ୫ ବର୍ଷରେ ଥରେ ଦରମା ପୁନଃ ନିର୍ଦ୍ଧାରଣକରିବା, ନୂତନ ଶିକ୍ଷାନୀତି ଓ ୪ଗୋଟି ଶ୍ରମ କୋଡକୁ ବାତିଲ୍ କରିବା, ମୃତ କର୍ମଚାରୀଙ୍କ ପରିବାରରୁ ଜଣକୁ ପୁରୁଣା ନିୟମ ଅନୁଯାୟୀ ନିୟମିତ ଭାବରେ ନିଯୁକ୍ତି ଦେବା ଆଦି ୧୨ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଭୁବନେଶ୍ୱର ଅତିରିକ୍ତ ଜିଲାପାଳଙ୍କ ଜରିଆରେ ମୁଖ୍ୟ ଶାସନ ସଚିବ ମହୋଦୟାଙ୍କୁ ପ୍ରଦାନ କରାଯାଇଛି ।

ପ୍ରତିନିଧି ଦଳରେ ମହାସଂଘର ସଭାପତି ମିନାକ୍ଷୀ ରାଣୀ ମହାନ୍ତି, ଅର୍ଥ ସଚିବ ମନୋଜ କୁମାର ମଲ୍ଲିକ ଏବଂ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ପୂର୍ବତନ ସଭାପତି ପ୍ରତାପ ଚନ୍ଦ୍ର ମିଶ୍ର, ପୂର୍ବତନ ସାଧାରଣ ସମ୍ପାଦକ ନରୋତମ ପାର୍ଥସାରଥୀ, ପୂର୍ବତନ ସମ୍ପାଦକ କ୍ଷେତ୍ରମୋହନ ଦାସ ଓ କାର୍ଯ୍ୟାଳୟ ସମ୍ପାଦକ କାହ୍ନୁଚରଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *