ରାୟଗଡ଼ା,୦୬/୧୦/୨୦୨୫(ଓଡ଼ିଶା ସମାଚାର)-ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନଙ୍କ ଅର୍ନ୍ତନିହିତ ଗୁଣାବଳୀର ବିକାଶ ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରୟାସରେ ରାୟଗଡା ଜିଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ସେବା ସମାଜ ଗୁଣପୁର ଠାରେ ରାୟଗଡ଼ା ଜିଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କୁ ନେଇ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସେବି ସମାଜ ଗୁଣପୁର ଶିଶୁ ଯତ୍ନ ଅନୁଷ୍ଠାନ, ରାୟଗଡ଼ା ଶିଶୁ ଯତ୍ନ ଅନୁଷ୍ଠାନ, ଜବରଗୁଡା ଓ ବାଳ ନିକେତନ ଲିମାମେଡାର ପ୍ରାୟ ୧୦୦ ଅନ୍ତେବାସୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଜିଲା ଶିଶୁ ସୁରକ୍ଷା ୟୁନିଟ ର ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାଦେବ ଚିଚୁୟାନ ଯୋଗଦେଇ ଉଦ୍ ଘାଟନ କରିଥିଲେ । ସଂଗୀତ ପ୍ରତିଯୋଗିତା ପାଇଁ ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀ ମନୋଜ ଜେନା , ଆମ ଅଂଚଳର କଣ୍ଠଶିଳ୍ପୀ ଶିବ ପ୍ରସାଦ ଦାଶ, ସତ୍ୟନାରାୟଣ ଜେନା ବିଚାରକ ଭାବେ ଯୋଗଦେଇ ଥିଲେ ଓ ନୃତ୍ୟ ପ୍ରତିଯୋଗିତା ପାଇଁ ଗୁରୁ ଓଡ଼ିଶୀ ନୃତ୍ୟଶିଳ୍ପୀ ସସ୍ମିତା ପଣ୍ଡା, ଗୁରୁ ଦିଲିପ ଚୌଧୁରୀ, ସାଗରିକା ରାଜଗୁରୁ ଯୋଗଦେଇ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ୟୁନିଟ ର ପିଓ ମନେରଂଜନ ବାଗ ସ୍ୱାଗତ ଭାଷଣ ଦେଇଥିଲେ ଓ ପୁରା କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଇନ୍ଦ୍ରାକ୍ଷୀ ପ୍ରସାଦ ଦାସ ପରିଚାଳନା କରିଥିଲେ । କଣ୍ଠଶିଳ୍ପୀ ବିରାଜିନୀ ଶବର ସ୍ୱାଗତ ସଂଗୀତ ଗାନ କରିଥିଲେ । ଶିଶୁ ସୁରକ୍ଷା ୟୁନିଟର ଲିଗାଲ ଅଫିସର ନିରାକାର ପାଢି, ପୁର୍ଣ୍ଣ ବେନିଆ ଆଦି ଯୋଗ ଦେଇଥିଲେ । ସେବା ସମାଜର ଦିପ୍ତିମୟୀ ପ୍ରଧାନ, ମୋନାଲି ପଟ୍ଟନାୟକ, ସ୍ୱର୍ଣ୍ଣଲତା ନାୟକ, ଝରଣା ନାୟକ, ଅନିତା ଶବର, ପ୍ରଭାସିନୀ ଶବର, ଇନ୍ଦ୍ରା ଶବର , ରମେଶ ଶବର , ସତ୍ୟନାରାୟଣ ବେହେରା , ସୁମିତ୍ରା ଦାସ, ବାଳ ନିକେତନର ଅଜିତ ମହାନ୍ତି, କୈଳାସ ଶବର , ଶୁଭ୍ରଜିତ ମହାନ୍ତି, ଆଦି ଯୋଗଦେଇଥିଲେ । ଶେଷରେ ମନୋରଂଜନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।
