କୋଠପଦା ସରକାରୀ ହାଇସ୍କୁଲରେ ଶ୍ରୀ ଗଣେଶଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ମାହାଙ୍ଗା, ୨୬/୦୨/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-ମାହାଙ୍ଗା ବ୍ଲକ କୁହୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ ପ୍ରାଙ୍ଗଣରେ ଅଗ୍ରପୂଜ୍ୟ ଶ୍ରୀ ଶ୍ରୀ ଗଣପତି ଗଣନାଥ, ପ୍ରଭୁ ଶ୍ରୀ ଗଣେଶଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ କର୍ତ୍ତା ଭାବେ ପୂଜାର୍ଚ୍ଚନା କାର୍ୟ୍ୟରେ ସାମିଲ ହୋଇଥିଲେ । ପଣ୍ଡିତ ବ୍ରଜରାଜ କର ପ୍ରଭୁଙ୍କ ବିଗ୍ରହରେ ଘଟ ସ୍ଥାପନ ପୂର୍ବକ ପୂଜାର୍ଚନା କରିଥିଲେ ।

ବିଦ୍ୟାର୍ଥୀମାନେ ବିଦ୍ୟାଳୟକୁ ପ୍ରବେଶ ମାତ୍ରେ, ମୁଖ୍ୟ ଦ୍ୱାରରେ ଗଣଦେବତା ପ୍ରଭୁ ଗଣପତି, ଗଜାନନ, ବିଦ୍ୟା ଓ ଜ୍ଞାନର ଠାକୁର ପ୍ରଭୁ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଅପୂର୍ବ ଦର୍ଶନ କରି କୃତାର୍ଥ ହେବେ ବୋଲି, ଗୁରୁଜୀ ଗୁରୁମା ମାନେ ଆଶା ପୋଷଣ କରିଥିଲେ । ଏହି ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ସ୍ଥାନୀୟ ସମିତିସଭ୍ୟାଙ୍କ ପ୍ରତିନିଧି ତଥା ସାମାଜିକକର୍ମୀ ଅଖିଳେଶ ପଦ ମହାନ୍ତି, ପୂର୍ବତନ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଦାଶ, ପୂର୍ବତନ ସରପଞ୍ଚ ସୁବାସ ବେହେରା,ରାମଚନ୍ଦ୍ର ମହାପାତ୍ର,ଅଲେଖ ଚନ୍ଦ୍ର ଦାସ, ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, ଭାରତ ଭୂଷଣ ଦାସ, ଗୟାଧର ସାହୁ,ଗଣେଶ ବିହାରୀ,ମାଗୁଣି ଚରଣ ସାମଲ, ରଞ୍ଜୁଲତା ରାଉତ,ପ୍ରୀତି ପଲ୍ଲଵୀ ସ୍ୱାଇଁ, ରଶ୍ମିତା ବାରିକ, ନିହାରିକା ପ୍ରିୟ ଦର୍ଶିନୀ, ଲକ୍ଷ୍ମୀବାଇ ଭଞ୍ଜ, ସସ୍ମିତା ଦାସ, ସନ୍ଧ୍ୟାରାଣୀ ଦାସ, ଯୋଗଜନ୍ମା ବେହେରା, ବ୍ରଜବନ୍ଧୁ ପଲେଇ, ସୌମ୍ୟ ରଞ୍ଜନ ପଣ୍ଡା, ସଚିନ ପ୍ରଧାନ, ଅଭୟ ମହାନ୍ତି, କେଶବ ବାରିକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇଥିଲେ କ୍ ।

ସଂକୀର୍ତ୍ତନ ଗୁରୁ କୃଷ୍ଣ ଚନ୍ଦ୍ର ବାରିକ, ଗୋବିନ୍ଦ ସାହୁ ଓ ଜୟଦେବ ମହାନ୍ତି, ସନାତନ ବିହାରୀ ପ୍ରମୁଖ ନାମ ସଂକୀର୍ତ୍ତନ କାର୍ୟ୍ୟରେ ସହଯୋଗ କରିଥିଲେ କ୍ଷ ଏହି ଉତ୍ସବକୁ ଅଚ୍ୟୁତାନନ୍ଦ ଦାସ, ଅଜୟ କୁମାର ନନ୍ଦ, ରମେଶ ଜେନା, ଗୀତାଞ୍ଜଳି ଜେନା, ସାବିତ୍ରୀ ଜେନା, ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *