କଟକ ସଦର,୧୭/୦୩/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥୋରିଆପଡା ସରକାରୀ ସ୍କୁଲରେ ଆଜି ମଙ୍ଗଳବାର ଦିନ ସେହି ଗ୍ରାମର ଗୋଟିଏ ପରିବାର ଲୋକେ ଅବାଧ ପ୍ରବେଶ କରି ପ୍ରଧାନଶିକ୍ଷକଙ୍କୁ ମାରଧର କରିଵା ସହିତ ବିଦ୍ୟାଳୟର ଆସବାବପତ୍ର ଭଙ୍ଗାରୁଜା କରିଥିବା କିଶନନଗର ଥାନାରେ ପ୍ରଧାନଶିକ୍ଷକ ସାଜିଦ୍ ଅଲ୍ଲି ଅଭିଯୋଗ କରିଛନ୍ତି। କୈ।ଣସି କାରଣ ନଥାଇ ଏମାନେ କାହିଁକି ଏକ ଶିକ୍ଷାନୁଷ୍ଠାନ ରେ ପଶି ଏଭଳି କାଣ୍ଡ ଘଟାଇଲେ ତାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟ ପକ୍ଷରେ ଗଣ୍ଡଗୋଳ କରିଥିବା ବ୍ୟକ୍ତିମାନେ ପ୍ରଧାନ ଶିକ୍ଷକ ଙ୍କ ବିରୁଦ୍ଧରେ ଥାନାରେ ପାଲଟା ଅଭିଯୋଗ କରିଥିବା ଜଣାପଡିଛି। ତେବେ ଉକ୍ତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ପ୍ରଶାସନ ନିକଟରେ ସାଧାରଣରେ ଦାବି ହେଉଛି।
ଥୋରିଆପଡା ସରକାରୀ ସ୍କୁଲରେ ଗୋଟିଏ ପରିବାରର ଲୋକେ ପଶି ପ୍ରଧାନଶିକ୍ଷକଙ୍କୁ ମାରଧର ସହ ଭଙ୍ଗାରୁଜା କରିଵା ଅଭିଯୋଗ
