କେନ୍ଦ୍ରାପଡ଼ା, ୧୪/୦୧/୨୦୨୬(ଓଡ଼ିଶା ସମାଚାର)- ପିଏମଶ୍ରୀ କୋରୋ ପଂଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରାପଡ଼ା ଜିଲାର ଭାରତ ସ୍କାଉଟସ ଆଣ୍ଡ ଗାଇଡସ ପକ୍ଷରୁ ତିନିଦିନିଆ ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର ଉଦଯାପିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ର ଓ ସ୍କାଉଟ ମାଷ୍ଟର ଜଗନ୍ନାଥ ପ୍ରସାଦ ଉପାଧ୍ୟାୟଙ୍କ ସହଯୋଗରେ ଆରମ୍ଭ ହୋଇଥିବା ଏହି ଶିବିରରେ ପରୀକ୍ଷକ ଭାବରେ ବିଏସଜି ଓଡିଶା ରାଜ୍ୟ ମୁଖ୍ୟାଳୟରୁ ସନ୍ତୋଷ ଦେଓ ଏବଂ ଲକ୍ଷ୍ମୀଧର ମହାପାତ୍ର ଯୋଗଦେଇ ପରୀକ୍ଷା ପରିଚାଳନା କରିଥିଲେ ।
ଜିଲା ସ୍କାଉଟ୍ସ ଟ୍ରେନିଂ କମିଶନର ସରୋଜକାନ୍ତ ବିଶ୍ୱାଳ ଓ ଗାଇଡ୍ÿ ଟ୍ରେନିଂ କମିଶନର ହରପ୍ରିୟା କରଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ଶିବିରର ପ୍ରଥମ ଦିନରେ ଜିଲା ସ୍କାଉଟ କମିଶନର ପୀତବାସ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ପ୍ରଥମ ଦିନରେ ଜିଲାର ୧୩ଟି ବିଦ୍ୟାଳୟରୁ ୧୬୮ ଜଣ, ଦ୍ୱିତୀୟ ଦିନ ୧୪ସ୍କୁଲରୁ ୧୭୯ଜଣ ଓ ଶେଷଦିନ ୧୫ଟି ସ୍କୁଲରୁ ୧୯୯ ଜଣ ଛାତ୍ରଛାତ୍ରୀ ସ୍କାଉଟ୍ସ ଆଣ୍ଡ ଗାଇଡସ ଶିବିରରେ ଯୋଗଦେଇ ରାଜ୍ୟ ପୁରସ୍କାର ପରୀକ୍ଷା ଦେଇଥିଲେ । ଜିଲା ବିଏସଜି ଯୁଗ୍ମ ସମ୍ପାଦକ ଜ୍ୟୋତିର୍ମୟ ନାୟକ, ସ୍କାଉଟ ସାଙ୍ଗଠନିକ କମିଶନର ଦେବରାଜ ନାୟକ ଓ ଜିଲାର ସମସ୍ତ ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନ ମାନେ ଶିବିରକୁ ସମ୍ପୂର୍ଣ୍ଣ ଭାବେ ସଫଳ କରିଥିଲେ ।
