କଟକ୧୮/୦୨/୨୦୨୫(ଓଡ଼ିଶା ସମାଚାର)- ବିଶ୍ୱ ଶିଶୁ କର୍କଟ ଦିବସ ଉପଲକ୍ଷେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର କଟକ (ଏଚବିସିଆର) ଏବଂ ସାମାଜିକ ସଂଗଠନ ବିଷ୍ଣୁି୍ରୟା ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା (ବିସିଟି)ର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦ୍ଧେଶକ ଡକ୍ଟର ଦୀପକ ରାଉତ ରାୟ, ଆଡ଼ମିନଷ୍ଟ୍ରେଟିଭ ଅଫିସର ପ୍ରତିଭା ପୃଷ୍ଟି ହେଡ଼ ଓ ନେକ ବିଭାଗ ମୁଖ୍ୟ ଡକ୍ଟର ପ୍ରମୋଦ ଚନ୍ଦ୍ର ପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ରଂଗୋଲି କାର୍ଯ୍ୟକ୍ରମ, ର୍ୟାମ୍ପସୋ, କ୍ୟାନସର ବିଜୟୀ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ କରାଯାଇଥିଲା ।
ଅଭିଜ୍ଞ ରୋଗୀ ପରାମର୍ଶ ଦାତା ମନସ୍ୱନି ପରିଡ଼ାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଅଶୋକ ବେହେରା, ଅରକ୍ଷିତ ସାହୁ, ସମାଜସେବୀ ଅଭିମନୁ୍ୟ ଦାସ, ଏନସିଟିର ସଂପାଦକ ନାରାୟଣ ଭୋଇ, ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ସଂପାଦକ ପି୍ରନ୍ସ ନନ୍ଦ, ଟ୍ରଷ୍ଟ ଅଧ୍ୟକ୍ଷ ରକ୍ତଦାତା ଇଂ ବିମଳ ଚନ୍ଦ୍ର ଦାସ, ନରେଶ ବେହେରା, ଏଚବିସିଆର ଟିମର ଶକ୍ତି, ଶୁଭ, ଶର୍ମିଷ୍ଠା ଦିଦି, ଗାୟତ୍ରୀ ଦିଦି, ରମାକାନ୍ତ, ହସପିଟାଲର ବାପି ଭାଇ, ପେଡ଼ିଆଟି୍ରକ ଅଙ୍କଲୋଜିର ମୁଖ୍ୟ ନର୍ସିଂ ଅଫିସର ରତ୍ନ ଦିଦି, ନର୍ସିଂ ମୁଖ୍ୟ ବାସନ୍ତୀ ଦିଦି, ନର୍ସିଂ ସହାୟିକା କାଂଚନ ଦିଦି ପ୍ରମୁଖ ସହଯୋଗ କରିଥିଲେ ।