ଜୁନାଗଡ଼ରେ MMY ମଣ୍ଡି ଉଦଘାଟିତ, କୃଷକମାନଙ୍କ ମଧ୍ୟରେ ଖୁସିର ଲହରୀ

ଜୁନାଗଡ଼,୨୦/୦୫/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଆଜି ଜୁନାଗଡ଼ ପ୍ରାଥମିକ କୃଷକ ସେବା ସମିତି (PACS) ପ୍ରାଙ୍ଗଣରେ ମୂଲ୍ୟ ସମର୍ଥନ ଯୋଜନା (MMY) ଅନ୍ତର୍ଗତ ଧାନ ଗ୍ରହଣ ମଣ୍ଡିର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ARCS ଧରମଗଡ଼, SARCS ଧରମଗଡ଼, ନୋଡାଲ୍ ଅଫିସର ଜୁନାଗଡ଼ MMY, ଜୁନାଗଡ଼ PACS ସଭାପତି, PACS ଓ RMC କର୍ମଚାରୀବୃନ୍ଦ, ଓ ଅନେକ କୃଷକମାନେ ଉପସ୍ଥିତ ଥିଲେ।

ଏହି ମଣ୍ଡି ଚାଲୁ ହେବା ସହିତ ଏବେ ଅଞ୍ଚଳର କୃଷକମାନେ ସରଳ ଓ ନ୍ୟାୟସଂଗତ ଭାବେ ତାଙ୍କର ଧାନ ବିକ୍ରି କରିପାରିବେ। ସରକାରଙ୍କ ନିର୍ଦ୍ଦେଶାନୁସାରେ ଧାନ ମାପ,ଗୁଣମାନ ଓ ମୂଲ୍ୟ ନିର୍ଣ୍ଣୟ ପାରଦର୍ଶୀ ଭାବେ କରାଯିବ ଏବଂ କୃଷକଙ୍କ ଖାତାକୁ ସମୟରେ ଟଙ୍କା ଅନ୍ତର୍ଭୁକ୍ତି ହେବ। ଅଧିକାରୀମାନେ ଏହି ଅବସରରେ କହିଛନ୍ତି ଯେ,ଏହି ମଣ୍ଡି ଅଞ୍ଚଳର କୃଷକମାନଙ୍କ ପାଇଁ ଏକ ନୂଆ ଆଶା ନେଇ ଆସିଛି। ଏହା ଦ୍ୱାରା ମଧ୍ୟସ୍ଥ ବ୍ୟବସାୟୀମାନଙ୍କର ଅନ୍ୟାୟ ଲାଭ ରୋକାଯିବ ଓ ଚାଷୀଙ୍କ ଆୟରେ ବୃଦ୍ଧି ହେବ। କୃଷକମାନେ ଏହି ବ୍ୟବସ୍ଥାକୁ ସ୍ବାଗତ କରି ସରକାର ଓ ସହକାରୀ ବିଭାଗ ପ୍ରତି ଆଭାର ପ୍ରକାଶ କରିଛନ୍ତି। ଏହି ପଦକ୍ଷେପ ଆଗାମୀ ଦିନରେ ଅଞ୍ଚଳ ଅର୍ଥନୀତି ଓ ଚାଷ ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଆଶା ବ୍ୟକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *