ତିର୍ତୋଲ ଲକ ବଜାରରେ ଗଜଲକ୍ଷ୍ମୀ ପୂଜା ମହୋତ୍ସବ 

ତିର୍ତୋଲ ୧୦/୧୦/୨୦୨୫ (ଓଡିଶା ସମାଚାର )-ଜଗସିଂହପୁର ଜିଲ୍ଲା ତିର୍ତୋଲ ବ୍ଳକ ଅଧୀନ ତିର୍ତୋଲ ଲକ ବଜାରରେ ଚଳିତ ବର୍ଷ ଜଗତଜନନୀ ମା ଗଜଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ମହା ସମାରୋହରେ ହେଉଅଛି । କୁମାର ପୁର୍ଣିମାଠାରୁ ମା ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି ,ଏହା ସାତ ଦିନ ପର୍ଯ୍ୟନ୍ତ ଚାଲୁରହିବ । ପୂଜା ମଣ୍ଡପ ରେ ମା ଗଜଲକ୍ଷ୍ମୀଙ୍କ ମୃଣୟୀ ମୂର୍ତ୍ତୀ ରଙ୍ଗ ବେରଙ୍ଗ ର ଆଲୋକ ସଜ୍ଜାରେ ବେଶ ଆକର୍ଷଣୀୟ ହୋଇଛି ।

ବିଭିନ୍ନ ପ୍ରକାର ତୋରଣ ସଜ୍ଜା ପୂଜା ମଣ୍ଡପକୁ ଅଧିକ ଆକର୍ଷଣୀୟ କରିଦେଉଛି । ସନ୍ଧ୍ୟାରେ ମଣ୍ଡପ ନିକଟରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମୁଛି ।  ସେଠାରେ ଭଜନ କୀର୍ତନ ସାଙ୍ଗକୁ ଶ୍ରଦ୍ଧାଳୁ ମାନଙ୍କ ହରିବୋଲ ହୁଳହୁଳି ଧ୍ୱନି ପରିବେଷକୁ ଅଧିକ ଉତ୍ସବ ମୁଖରିତ କରୁଛି । ପଣ୍ଡିତ ବିଜୟ କୁମାର ଦାଶ ମା ଲକ୍ଷ୍ମୀଙ୍କ ପୂଜା କର୍ମ ଦାଇତ୍ୱ ସମାପନ କରୁଛନ୍ତି । କର୍ତ୍ତା ଭାବେ ବିରଞ୍ଚି ନାରାୟଣ ଦାଶ ମା ଲକ୍ଷ୍ମୀଙ୍କ ନିକଟରେ ସମର୍ପିତ ଅଛନ୍ତି ।

ଶ୍ରଦ୍ଧାଳୁ ମାନଙ୍କ ମନୋରଞ୍ଜନ ପାଇଁ ପୂଜା ମଣ୍ଡପ ନିକଟ କୁମାର ଉତ୍ସବ ପଡିଆରେ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଛି ଓ କଳାକାରମାନଙ୍କ ଦ୍ୱାରା ନୃତ୍ୟ କାର୍ଯ୍ୟକ୍ରମ ଦୈନିକ ସନ୍ଧ୍ୟାରେ ପରିବେଷଣ କରାଯାଉଛି । ଶ୍ରଦ୍ଧାଳୁ ମାନଙ୍କ ପାଇଁ ଦୈନିକ ମଧ୍ୟାହ୍ନରେ ରେ ପ୍ରସାଦ ସେବାର ବ୍ୟବସ୍ଥା କରାଯାଇଛି ବୋଲି ଲକ ବଜାର ଲକ୍ଷ୍ମୀପୂଜା କମିଟି ର ସଭାପତି ବିଜୟ କୁମାର ସାହୁ ଓ ସମ୍ପାଦକ ବାବାଜୀ ଚରଣ ଦାଶ ସୂଚନା ଦେଇଛନ୍ତି ।

ଲକ ବଜାର ଲକ୍ଷ୍ମୀ ପୂଜା କମିଟି ତରଫରୁ ମା ଲକ୍ଷ୍ମୀଙ୍କ ପୂଜା ଉତ୍ସବ ହେଉଛି ଏବଂ ଏହିକମିଟି ରେ ପ୍ରାୟ ଶହେରୁ ଅଧିକ ବ୍ୟବସାୟ ପ୍ରତିଷ୍ଠାନ ର ସହଯୋଗରେ ମାଙ୍କ ପୂଜା ହେଉଛି । ତିର୍ତୋଲ ନେହୁର ବଜାର ଓ କଲେଜ ବଜାର ରେ ମଧ୍ୟ ମହା ସମାରୋହରେ ମା ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହେଉଛି । ଆଖ ପାଖ ଗ୍ରାମାଞ୍ଚଳରେ ଲକ୍ଷ୍ମୀ ପୂଜା ହେଉନଥିବାରୁ ଏଠାରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି ।

Leave a Reply

Your email address will not be published. Required fields are marked *