ବିଶିଷ୍ଟ ସମାଜସେବୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କୁ ପ୍ରାଣନାଥ ସମ୍ମାନ

ଭୁବନେଶ୍ୱର,୨୯/୦୧/୨୦୨୪ (ଓଡ଼ିଶା ସମାଚାର)-ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ୬୫ତମ ସାମ୍ବତ୍ସରିକ ଉତ୍ସବ ଗତ ରବିବାର ଦିନ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଖୋର୍ଦ୍ଧା ବିଧାୟକ ଶ୍ରୀ ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଶିଷ୍ଟ ସମାଜସେବୀ ଶ୍ରୀ ଗୋବିନ୍ଦ ପଟ୍ଟନାୟକଙ୍କୁ ଚଳିତ ବର୍ଷର “ପ୍ରାଣନାଥ ସମ୍ମାନ” ପ୍ରଦାନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉଚ୍ଛର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ଅତିଥିରୂପେ ଯୋଗଦାନ କରିଥିଲେ । ପ୍ରକାଶ ଥାଉକି, ଶ୍ରୀ ପଟ୍ଟନାୟକ ତାଙ୍କ ଜୀବନର ପ୍ରତ୍ୟେକ ସମୟ ସମାଜସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରି ସମାଜର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅବହେଳିତ ଓ ଅନଗ୍ରସର ପ୍ରାୟ ୪୦ ହଜାରମହିଳାଙ୍କରବିକାଶ ପାଇଁ ଅନ୍ନପୂର୍ଣ୍ଣା ଫାଇନାନ୍ସ ମାଧ୍ୟମରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିଛନ୍ତି ।ସେହିପରି ୧୨୦୦ ମାନସିକ ରୋଗୀ, ଶିଶୁ ଓ ବରିଷ୍ଠ ନାଗରିକମାନଙ୍କୁ ସେବା ଯୋଗାଇ ସମାଜରେ ଥଇଥାନ କରାଇଛନ୍ତି ।

Leave a Reply

Your email address will not be published. Required fields are marked *