ଜୁନାଗଡ଼,୩୦/୦୧/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ )-ସ୍ଥାନୀୟ ଭଇରୋ ଫିଲଡ ଖେଳ ପଡିଆ ଠାରେ ଜିଲ୍ଲା ର ଷୋହଳ ଗୋଟି ଟିମ କୁ ନେଇ ଚାଲିଥିବା ଟେନିସ ବଲ ଟୁର୍ନାମେଣ୍ଟ ର ଚତୁର୍ଥ ଦିନରେ । ଡଙ୍ଗରି ଗୁଡା ଏବଂ ମିକୁନ ୧୧ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଛି । ଟସ ଜିତି ମିକୁନ ୧୧ ପ୍ରଥମେ ବ୍ୟଟିଙ୍ଗ କରି ୧୧-୧ ଓଭର ରେ ସମସ୍ତ ଉଇକେଟ ହରାଇ ୯୮ ରନ ସଂଗ୍ରହ କରିଥିଲେ ଜବାବ ରେ ଡ଼ଙ୍ଗିରି ଗୁଡା ଦଳ ୭ ଓଭର ରେ ୩ ଉଇକେଟ ହରାଇ ୯୯ ରନ ସଂଗ୍ରହ କରି ଡ଼ଙ୍ଗିରି ଗୁଡା ୭ ଉଇକେଟରେ ବିଜୟୀ ଘୋଷିତ ହୋଇଥିଲେ । ଖେଳ ରେ ମୁଖି ଅତିଥି ଭାବେ ଉଦ୍ଧବ ସାହୁ ଯୋଗଦାନ କରି ଟିମ ମାନଙ୍କୁ ଆଗାମୀ ଦିନରେ ଏ ଭଳି ଟୁର୍ନାମେଣ୍ଟ ଆୟୋଜନ କରି ଖେଳାଳି ଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି କହିଥିଲେ । ଖେଳ କୁ ପରିଚାଳନା କରିଥିଲ ମୁନା ଓ ଶିବ ବାରିକ । ସ୍କୋର ରେ ମୋସୀମ ଖାନ ଓ କମେଣ୍ଟ୍ରି ବିପିନ ବାଗ, ଜଗଦୀଶ ଦାୟିତ୍ୱ ତୁଲାଇ ଥିଲେ । ଖେଳ ରେ ସଭାପତି ମୋନଜ କୁମାର ନାଏକ ସମ୍ପାଦକ ଯୋଗିନୀ ପୂଜାରୀ, କୋଷାଧକ୍ଷ ଜିତୁ ନାଏକ,ଅରବାଜ, ଜାଖୀର, ଜାଭିଡ, ଆର୍ତ୍ତ, ରାହୁଲ ଡିକସନ ପ୍ରମୁଖ ଉପସ୍ଥିତ ଥିଲେ ।
ଜେଡିସିସି କପ ଜୁନାଗଡ଼ ନରେନ୍ଦ୍ର ଭୋଇ ମେମୋରିଆଲ ଅନୁଷ୍ଠିତ
