ଯୁବ ଛାତ୍ର ନେତାଙ୍କ ବାପା ପ୍ରଦୀପ୍ତ ଦାଶଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଵହୁ ବ୍ୟକ୍ତିବିଶେଷ

କଟକ ସଦର,୧୫/୧୧/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ର ଜଣାଶୁଣା ଯୁବ ଛାତ୍ର ନେତା ସତ୍ୟ ସିଦ୍ଧାନ୍ତ ଦାଶଙ୍କ ବାପା ପଣ୍ଡିତ ପ୍ରଦୀପ୍ତ କୁମାର ଦାଶଙ୍କୁ ବହୁ ବ୍ୟକ୍ତି ବିଶେଷ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।

ଏହି ଅବସରରେ କିଶନନଗର ଠାରେ ଅଧ୍ୟାପକ ଧରଣୀଧର ଜେନାଙ୍କ  ପରିଚାଳନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଟାଙ୍ଗୀ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ,କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକଙ୍କ ସମେତ ବହୁ ସରପଂଚ ସମିତି ସଭ୍ୟ ଓ ବ୍ୟକ୍ତି ବିଶେଷ ଯୋଗ ଦେଇ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ତାଙ୍କର ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ପୁତ୍ର ସତ୍ୟ ସିଦ୍ଧାନ୍ତ ଦାଶ,ସତ୍ୟ ସତୃଜିତ୍ ଦାଶ ଙ୍କ ସମେତ ପରିବାର ଓ ଆତ୍ମୀୟ ସୋଦର ସହାୟତା କରିଥିଲେ। ସୂଚନାଯୋଗ୍ୟ ଯେ ତୀର୍ଥ କରିବାକୁ ଯାଇ ସ୍ୱର୍ଗତ ପଣ୍ଡିତ ପ୍ରଦୀପ୍ତ କୁମାର ପଞ୍ଜାଵର ୱ।ଘା ଵର୍ଡରରେ ଗତ ୧ ତାରିଖରେ ହୃଦଘାତରେ ଅକାଳରେ ମୃତ୍ୟୁବରଣ କରିଥିଲେ।

Leave a Reply

Your email address will not be published. Required fields are marked *