ପଳାଶୁଣି ଛକରେ ଦୁର୍ଘଟଣା ,  ଦମ୍ପତିଙ୍କ ମୃତ୍ୟୁ

ଭୁବନେଶ୍ୱର, ୦୮/୦୫/୨୦୨୪ (ଓଡ଼ିଶା ସମାଚାର)- ପଳାଶୁଣି ଛକରେ ବୁଧବାର ଭୋରୁ ଦୁର୍ଘଟଣାରେ ଦୁଇଜଣଙ୍କ ଜୀବନ ଯାଇଛି। ରାସ୍ତା ପାରି ହେଉଥିବା ବେଳେ ୨ଜଣଙ୍କ ଉପରେ ଟ୍ରକ୍‌ ମାଡିଯିବା ସହ ସେମାନଙ୍କୁ ୫୦୦ ମିଟର ଘୋଷାଡ଼ି ନେଇଥିବା ଜଣାପଡ଼ିଛି। ମୃତକ ଜଣେ ମହିଳା ହୋଇଥିବା ବେଳେ ଅନ୍ୟ ଜଣେ ପୁରୁଷ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ବୁଧବାର ଭୋରୁ ଜଣେ ପୁରୁଷ ଓ ମହିଳା ପଳାଶୁଣି ଛକରେ ରାସ୍ତାପାର ହେଉଥିଲେ। ଏହି ସମୟରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଉଭୟଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ସମୟରେ ଗାଡିର ବେଗ ଏତେ ଅଧିକ ଥିଲା ଯେ ଦୁର୍ଘଟଣା ପରେ ଗାଡି ନରୋକି ଉକ୍ତ ବ୍ୟକ୍ତି ଜଣଙ୍କୁ ପଳାଶୁଣୀରୁ ସତ୍ୟବିହାର ଯାଏଁ ଘୋଷାଡି ନେଇଥିଲା । ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଦମ୍ପତିଙ୍କ ଘର ସୁବର୍ଣ୍ଣପୁର ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳନରେ ପହଞ୍ଚି ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *