କଟକ,୨୪/୦୨/୨୦୨୬ (ଓଡ଼ିଶା ସମାଚାର)-ଓଡ଼ିଶା ରାଜ୍ୟ ଆତ୍ମା କର୍ମଚାରୀ ସଂଘର ନବନିର୍ବାଚିତ କାର୍ଯ୍ୟକାରିଣୀ ସଦସ୍ୟ ଓ ସଦସ୍ୟା ମାନଙ୍କର ଶପଥ ଗ୍ରହଣ ସମାରୋହ ନୂଆବଜାର ସ୍ଥିତ ମହାବୀର ମନ୍ଦିରଠାରେ ସଫଳତାର ସହିତ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ସଂଘର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀନିବାସ ରାଉତରାୟ ,ପୂର୍ବତନ ସଭାପତି ସୌମ୍ୟ ରଞ୍ଜନ ସାହୁ, ପୂର୍ବତନ ସାଧାରଣ ସମ୍ପାଦକ ଦେବାଶିଷ ସାହୁ, ପୂର୍ବତନ ଉପସଭାପତି ଲକ୍ଷ୍ମୀକାନ୍ତ ସ୍ୱାଇଁ ଓ ଜିଲା ପ୍ରତିନିଧିମାନେ ଉପସ୍ଥିତ ରହି ନୂତନ ଟିମ୍ କୁ ଶୁଭେଚ୍ଛା ଜଣାଇଥିଲେ ।
ସୂଚନାଯୋଗ୍ୟ ସଂଘର ସଭାପତି ଭାବେ ରଜନୀକାନ୍ତ ସାହୁ ନିର୍ବାଚିତ ହୋଇଥିଲା ବେଳେ ଗୋପୀନାଥ ଦାସ ସାଧାରଣ ସମ୍ପାଦକ, ଯୁଗ୍ମ ସମ୍ପାଦକ ଭାବେ ପ୍ରତୀକ୍ଷା ରଞ୍ଜନ ରାୟ, ତାପସ କୁମାର ବେହେରା, ପ୍ରଶାନ୍ତ କୁମାର ନାୟକ, ହରେଶ କୁମାର ସାହୁ ନିର୍ବାଚିତ ହୋଇଥିଲା ବେଳେ
କୋଷାଧ୍ୟକ୍ଷ ଭାବେ ପି. ଟୁନା ସୁବୁଦ୍ଧି ନିର୍ବାଚିତ ହୋଇଛନ୍ତି । ଜନ୍ମେଜୟ ଧଳ, ରଞ୍ଜିତା ବୋହିଦାର, ଆଶିଷ କୁମାର ବରାଳ, ଲିଙ୍ଗରାଜ ମହାପାତ୍ର ଓ ଉପଦେଷ୍ଟାମାନେ ଏହି ଅବସରରେ ଉପସ୍ଥିତ ଥିଲେ ।
