ଭିନ୍ନକ୍ଷମଙ୍କ ଗହଣରେ ଦୀପାବଳୀ ପାଳିଲେ ଜିଲାପାଳ

କେନ୍ଦ୍ରାପଡ଼ା,୨୧/୧୦/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରସଂସ୍ଥା ଦୃଷ୍ଟିବାଧିତ ବିଦ୍ୟାଳୟର ଅନ୍ତେବାସୀ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଗହଣରେ ଜିଲାପାଳ ରଘୁରାମ ଆର. ଆୟାର ଆଲୋକର ପର୍ବ ଦୀପାବଳୀ ପାଳନ କରିଛନ୍ତି । ଜିଲାପାଳ ଶ୍ରୀ ଆୟାର ଦୀପ ପ୍ରଜ୍ୱଳନ ପୂର୍ବକ ଦୀପାବଳୀ ପାଳନର ମହତ୍ୱ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲାପାଳ କହିଲେ ଦୀପାବଳୀର ଆଲୋକ ଅଜ୍ଞାନ ରୂପକ ଅମା ଅନ୍ଧକାରକୁ ଦୁରକରି ଜ୍ଞାନ ରୂପକ ଆଲୋକ ପ୍ରଦାନ କରିଥାଏ ।

ଏହି ଅବସରରେ ଜିଲାପାଳ ଶ୍ରୀ ଆୟାର ୬୦ଜଣ ଦୃଷ୍ଟିବାଧିତ, ମାନସିକ ଅନଗ୍ରସର ଓ ଶ୍ରବଣବାଧିତ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ, ବାଣ ଓ ଶିକ୍ଷାପୋକରଣ ପ୍ରଦାନ କରିଥଲେ । ପ୍ରଧାନ ଶିକ୍ଷକ ସ୍ୱପ୍ନାଂଶୁ କୁମାର ଦାସଙ୍କ ପରିଚାଳନାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ଯୋଗ ଦେଇ ଅଲୋକର ପର୍ବ ଦୀପାବଳୀ ସମସ୍ତଙ୍କ ଭବିଷ୍ୟତ ଉଜ୍ଜଳମୟ କରୁ ବୋଲି କାମନା କରିଥିଲେ ।

ସହକାରୀ ଶିକ୍ଷକ ପ୍ରଦ୍ୟୁମ୍ନକୁମାର ଦାସ, ଅରୁଣ କୁମାର ବେହେରା, ବଟକୃଷ୍ଣ ବାରିକ୍, ସୋନାଲିକା ସ୍ୱାଇଁ, ଭରତ କୁମାର ସାହୁ, ସସ୍ମିତା ରାଉତ, ସୁକାନ୍ତ କର, ସେକ୍ ସୁଦିନ, ସୌରି ସେଠୀ, ଅରୁଣକୁମାର ଦାସ, ମହେନ୍ଦ୍ର ସିଂହ, ମାନିନୀ ବେହେରା, ମନୋଜ ବେହେରା, ଗୀତାଞ୍ଜଳି ଦାସ ପ୍ରମୁଖ ଉପସ୍ଥିତ ଥିଲେ । କଜଳା ସ୍ଥିତ ନିମାଇଁ ଚରଣ ମାନସିକ ନୁ୍ୟନତା ସଂସ୍ଥାନ,ଦାଧିବାମନଜୀଉ ବଧିର ବିଦ୍ୟାଳୟ ଓ ପୌରସଂସ୍ଥା ଦୃଷ୍ଟିବାଧିତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *