ନୂଆପଡ଼ା ରିଙ୍କୁ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିଜୁ ଜନତା ଦଳ ସହିତ ସମ୍ପୃକ୍ତ – ଵିଧାୟକ ପ୍ରକାଶ ସେଠୀ

କଟକ ସଦର,୨୩ /୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ କମିଶନରେଟ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ପ୍ରେସ କଲୋନୀରେ ରିଙ୍କୁ ହତ୍ୟାକାଣ୍ଡ ପରେ ମୁଖ୍ୟ ଅଭିଯୁକ୍ତ ବିଜେଡ଼ି ଦଳ ସହିତ ସମ୍ପୃକ୍ତ ବୋଲି କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ସ୍ପଷ୍ଟୀକରଣରେ କହିଛନ୍ତି। ଗତ କିଛି ଦିନ ତଳେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ହୁକୁ ବିଜେପି ରେ ମିଶିଥିଵା ନେଇ ବିଜେଡ଼ି ଅଭିଯୋଗ କରିଛି। ହେଲେ ଏହାକୁ ଖଣ୍ଡନ କରି ବିଧାୟକ ଶ୍ରୀ ସେଠୀ କହିଛନ୍ତି ଯେ ତାକୁ ମୁଁ ଜାଣେ ନାହିଁ କି ମିଶିବା ପରେ କେତେବେଳେ ପୁଣି ପୂର୍ଵ ବିଜେଡ଼ି କୁ ଫେରିଯିବା ଜାଣେ ନାହିଁ। ଅଭିଯୁକ୍ତ ର ବାପା ଲକ୍ଷ୍ମୀଧର ପଶାୟତ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା ଙ୍କ ଏକାନ୍ତ ଅନୁଗତ ଓ ଡାହାଣ ହାତ ସାଜି ସରକାରୀ ଛାପାଖାନା ରେ ଠିକାଦାରୀ କରି କୋଟି କୋଟି ଟଙ୍କାର ମୁନାଫା ହାତେଇ ଥିବା ବିଧାୟକ କହିଛନ୍ତି। ନିଜେ ଦୋଷ କରି ଅନ୍ୟ ମୁଣ୍ଡରେ ଅଠା ବୋଳିବା ଅଭ୍ୟାସ କୁ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ପରିହାର କରନ୍ତୁ ବୋଲି ବିଧାୟକ ପ୍ରକାଶ ଚନ୍ଦ୍ର କହିଛନ୍ତି।ଏ ସମ୍ପର୍କରେ ପୂର୍ବତନ ବିଧାୟକ ଙ୍କ ସହିତ ମୁଖ୍ୟ ଅଭିଯୁକ୍ତ ହୁକୁ, ବାପା ଲକ୍ଷ୍ମୀଧର ଓ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ଙ୍କର ଏକ ଫଟୋ ଆମ ପ୍ରତିନିଧି ଙ୍କୁ ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *