ମହିଳାମାନଙ୍କ ପକ୍ଷରୁ କଳସ ଶୋଭାଯାତ୍ରା
କଟକ ସଦର,୨୩ /୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥୋରିଆପଡା ଗ୍ରାମର ଗ୍ରାମଦେବତୀ ମା ଭୁଆସୁଣୀ ଙ୍କ ପୀଠରେ ଆଜି ସୋମବାର ଠାରୁ ତିନିଦିନିଆ ଦ୍ୱିତୀୟ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞୋତ୍ସଵ ମହାସମାରୋହରେ ଏଵଂ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ମହିଳା ମାନେ କଳସ ଶୋଭାଯାତ୍ରା ରେ ଯାଇଁ ପାଇକାନଦୀ ରୁ ପବିତ୍ର ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନା କଲାପରେ ଯାଜ୍ଞିକ ବ୍ରାହ୍ମଣ ଓ ପଣ୍ଡିତ ମାନଙ୍କ ଦ୍ଵାରା ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଏଥିରେ କର୍ତ୍ତା କର୍ତ୍ତୀ ଭାବେ ଗୈ।ରାଙ୍ଗ ଚରଣ ସାହୁ ଓ ନିର୍ମଳା ସାହୁ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ପରିଚାଳନାରେ ବଂଶୀଧର ପ୍ରଧାନ, ମୁରଲୀଧର ସେନାପତି, ବଂଶୀଧର ସାହୁ,ଅଭୟ କୁମାର ସାହୁ, ପ୍ରଦୀପ୍ତ କୁମାର ପ୍ରଧାନ, ଜୟଦେବ ସାହୁ, ନୃସିଂହ ଚରଣ ସାହୁ, ରଂଜନ କୁମାର ପ୍ରଧାନ, ଵିଜୟ କୁମାର ସାହୁ, ଅକ୍ଷୟ କୁମାର ସାହୁ, ସରୋଜ କୁମାର ସାହୁ, ପ୍ରମୋଦ କୁମାର ସାହୁ, ସୁବାସ ଚନ୍ଦ୍ର ସାହୁ, ଦିଲ୍ଲିପ କୁମାର ସାହୁ,ସୁଦାମ ଚରଣ ସାହୁ, ଭ୍ରମରବର ସାହୁ,ଵିରଵ୍ରତ ସାହୁ,ପରୀକ୍ଷିତ ସାହୁ ଙ୍କ ସମେତ ସମସ୍ତ ଗ୍ରାମବାସୀ ସହାୟତା କରୁଥିବା ଜଣାପଡିଛି।
