ପଣ୍ଡିତ ଦିବ୍ୟସୁନ୍ଦର ଆଚାର୍ଯ୍ୟଙ୍କ ସ୍ମୃତି ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ମାହାଙ୍ଗା,୨୩/୦୨/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)ରଘୁନାଥଜିଉ ମଠ କୋଠପଦା ପ୍ରାଙ୍ଗଣରେ ବିରୂପା ସାହିତ୍ୟ ସଂସଦ ଆନୁକୂଲ୍ୟରେ ପଣ୍ଡିତ ଦିବ୍ୟସୁନ୍ଦର ଆଚାର୍ଯ୍ୟଙ୍କ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଡକ୍ଟର ଅଜିତ କୁମାର ମହାପାତ୍ର, ପ୍ରାଧ୍ୟାପକ ଡକ୍ଟର ନିଖିଳେଶ ପଦ ମହାନ୍ତି, ଶିକ୍ଷାବିତ ବଟ କିଶୋର ପଣ୍ଡା, ପ୍ରାକ୍ତନ ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ଦାଶ, ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ,ଶିକ୍ଷାବିତ ଅକ୍ଷୟ କୁମାର ପାଣି,ଡକ୍ଟର ଭାବଗ୍ରାହୀ ରାଉତ, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, ସାମାଜିକକର୍ମୀ ରାମଚନ୍ଦ୍ର ମହାପାତ୍ର, ପୂର୍ବତନ ସରପଞ୍ଚ ସୁବାସ ଚନ୍ଦ୍ର ବେହେରା, କବି ପ୍ରଶାନ୍ତ କୁମାର କର, କୃଷ୍ଣ ଚନ୍ଦ୍ର ବାରିକ, ରବୀନ୍ଦ୍ର କୁମାର ରାଉତ, ଭାରତ ଭୂଷଣ ଦାସ, ମାଗୁଣି ଚରଣ ସାମଲ,ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ ଓ ଭାଗ୍ୟଧର ମହାନ୍ତି ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଦିବ୍ୟାସୁନ୍ଦରଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଗଣେଶ ବିହାରୀ,ଅଚ୍ୟୁତାନନ୍ଦ ପଲେଇ, ଅର୍ଜ୍ଜୁନି ବିହାରୀ, ଗୟାଧର ସାହୁ,ପରମାନନ୍ଦ ମହାନ୍ତି, ପ୍ରଫୁଲ୍ଲ ସାମଲ, ପ୍ରଫୁଲ୍ଲ ଜେନା, ପ୍ରିୟରଞ୍ଜନ ଦାସ, ଦୀପକ ରଞ୍ଜନ ଦାସ,ସନ୍ତୋଷ କର, ବାସବ ବେହେରା, ଦେବେନ୍ଦ୍ର ଜେନା,କବି ନବ କିଶୋର ଗୋସ୍ୱାମୀ,ରଶ୍ମି ରଞ୍ଜନ ମହାନ୍ତି,ଶ୍ୟାମ ସୁନ୍ଦର ପୃଷ୍ଟି, ଅଜୟ ସାହୁ,କୈଳାଶ ଚନ୍ଦ୍ର ପଣ୍ଡା ପ୍ରମୁଖ ପରିଚାଳନା କରିବା ସହିତ ସ୍ବର୍ଗତ ଆଚାର୍ଯ୍ୟଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *