ପରିବେଶ ଭିତ୍ତିକ ଓ ପାକଶାଳା ଉଦ୍ୟାନ ସଂପର୍କୀତ କର୍ମଶାଳା

ନିଶ୍ଚିନ୍ତକୋଇଲି,୨୩/୦୨/୨୦୨୬(ଓଡିଶା ସମାଚାର/ ଅଭୟ ଜେନା)-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ବାଣୀନଗରଠାରେ ଥିବା ବଲ୍ଲଭୀ ଦେବୀ ମହିଳା ଡିଗ୍ରୀ ମହାବିଦ୍ୟାଳୟ  ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କର ପରିବେଶ ଶିକ୍ଷା କେନ୍ଦ୍ର, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହଯୋଗରେ  ପରିବେଶ ଭିତିକ କର୍ମଶାଳା ଅଧ୍ୟକ୍ଷା ଡ. ପୁଷ୍ପିତା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବିଶିଷ୍ଟ ପରିବେଶବିତ୍ ପ୍ରମୋଦ କୁମାର ଦାଶଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ପ୍ରାକ୍ତନ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଉପେନ୍ଦ୍ରନାଥ ବେହେରା, ମୁଖ୍ୟବକ୍ତା ଭାବେ ପରିବେଶ ଶିକ୍ଷାକେନ୍ଦ୍ରର ଯୋଜନା ସହାୟକ ଭରତ ଚନ୍ଦ୍ର ଜେନା, ବିଶିଷ୍ଟ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଶୁଭସ୍ମିତା ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ସଚ୍ଚିଦାନନ୍ଦ ପ୍ରଧାନ, +୨ ଅଧ୍ୟକ୍ଷା ନିରୁପମା ସ୍ୱାଇଁ ପ୍ରମୁଖ ଯୋଗଦେଇ ସୁଷମ-ସମନ୍ୱିତ ଖାଦ୍ୟ ସହ ଜୀବନ ଶୈଳୀରେ ସୁସ୍ୱାସ୍ଥ୍ୟଜନିତ ଅଭ୍ୟାସ ଆପଣାଇବା ସହ ପାକଶାଳା ଉଦ୍ୟାନର ବ୍ୟାପକ ପ୍ରସାର କରିବାକୁ ବିଭିନ୍ନ ସକରାତ୍ମକ ମତ ପ୍ରଦାନ କରିଥିଲେ ।

ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ମହାବିଦ୍ୟାଳୟ ପରିସରରେ ନବନିର୍ମିତ ପାକଶାଳା ଉଦ୍ୟାନ ଉଦ୍‌ଘାଟନ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କର୍ମଶାଳାରେ ଯୋଗଦେଇଥିବା ଅର୍ଦ୍ଧଶତାଧିକ କୃଷକ, ଛାତ୍ରୀ ଅଭିଭାବକ  ପ୍ରଶିକ୍ଷଣ ପ୍ରମାଣପତ୍ର ଓ ବିଭିନ୍ନ ପରିବା ମଞ୍ଜିର କିଟ୍ ପ୍ରଦାନ କରାଯାଇଥିଲା । ବରିଷ୍ଠ ଅଧ୍ୟାପକ ସୂର୍ଯ୍ୟମଣୀ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନକ୍ରମେ ଅଧ୍ୟାପକ ସୁବ୍ରତ କିଶୋର ସ୍ୱାଇଁ, ଧ୍ୟାନରଂଜନ ବେହେରା, ସନ୍ତୋଷ କୁମାର ସାମଲ, ସୁଧାଂଶୁ ବେଜ, ନିରଞ୍ଜନ ବାରିକ, ବଟକୃଷ୍ଣ ରାଉତ, ସୁପ୍ରଭା ଜେନା, ଦେବଯାନୀ ରାଉତ, ସୁଚରିତ୍ରା ସେନାପତି, ଡ. ରୀତା ଷଢଙ୍ଗୀ, ଶୁଭଶ୍ରୀ ନାୟକ, ସୁଚିସ୍ମିତା ପ୍ରଧାନ, ସୁନୀତା ପ୍ରିୟଦର୍ଶିନୀ, ପ୍ରକୃତିବନ୍ଧୁ ଅଭୟ କୁମାର ଜେନା, କୈଳାସ ଚନ୍ଦ୍ର ସ୍ୱାଇଁ, କୃଷକସାଥୀ ସନ୍ତୋଷ କୁମାର ରାଉତ  ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଅଧ୍ୟାପିକା ଡ. ଜୟନ୍ତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *