କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ପରୀକ୍ଷାଫଳ

                                                     କଳାରେ ୯୫.୧୯, ବିଜ୍ଞାନରେ ୯୪.୯୬ ଓ ବାଣିଜ୍ୟରେ ୯୭.୬୯
କେନ୍ଦ୍ରାପଡ଼ା, ୨୦/୦୫/୨୦୨୬ (ଓଡ଼ିଶା ସମାଚାର)- ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାସ ହାର ୯୫.୭୯ ପ୍ରତିଶତ ହୋଇଛି । ବିଦ୍ୟାଳୟର ୩ଟି ବିଭାଗ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ମୋଟ ୧୨୪୦ଜଣ ପରୀକ୍ଷା ଦେବା ପାଇଁ ଫର୍ମ ପୁରଣ କରିଥିବା ବେଳେ ସେଥିମଧ୍ୟରୁ ୩ଟି ବିଭାଗରେ ମୋଟ ୧୨୩୭ଜଣ ପରୀକ୍ଷା ଦେଇଛନ୍ତି । ୩ଜଣ ଅନୁପସ୍ଥିତ ରହିଥିଲେ । ୫୨ଜଣ ଅସଫଳ ହେରାଇଥିବା ବେଳେ ୧୧୮୫ଜଣ ପାସ କରିଛନ୍ତି । +୨ କଳାରେ ମୋଟ ୩୭୭ଜଣ ପରୀକ୍ଷା ପାଇଁ ଫର୍ମ ପୁରଣ କରିଥିବା ବେଳେ ୩ଜଣ ଅନୁପସ୍ଥିତ ଥିଲେ । ୧୮ଜଣ ଅସଫଳ ହୋଇଥିବା ବେଳେ ୩୫୬ଜଣ ପାସ କରିଛନ୍ତି । ପ୍ରଥମ ଶ୍ରେଣୀରେ ୨୩୭ଜଣ, ଦ୍ୱିତୀୟ ଶ୍ରେଣୀରେ ୫୬ଜଣ, ତୃତୀୟ ଶ୍ରେଣୀରେ ୫୩ଜଣ ପାସ କରିଥିବା ବେଳେ କମ୍ପାଟମେଂଟାଲରେ ଜଣେ ପାସ କରିଛନ୍ତି । କଳାରେ ୯୫.୧୯ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । +୨ବାଣିଜ୍ୟରେ ମୋଟ ୩୪୭ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୮ଜଣ ଅସଫଳ ହୋଇଛନ୍ତି ଓ ୩୩୯ଜଣ ପାସ କରିଛନ୍ତି । ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୩୯ଜଣ, ଦ୍ୱିତୀୟ ଶ୍ରେଣୀରେ ୪୮ଜଣ ଓ ତୃତୀୟ ଶ୍ରେଣୀରେ ୫୨ଜଣ ପାସ କରିଛନ୍ତି । ବାଣିଜ୍ୟରେ ପରୀକ୍ଷା ଫଳାଫଳ ୯୭.୬୯ପ୍ରତିଶତ ହୋଇଛି । ସେହିପରି +୨ବିଜ୍ଞାନରେ ମୋଟ ୫୧୬ଜଣ ପରୀକ୍ଷା ଦେଇଥିବା ବେଳେ ୨୬ଜଣ ଅସଫଳ ହୋଇଥିବା ବେଳେ ୪୯୦ ଜଣ ପାସ କରିଛନ୍ତି । ପ୍ରଥମ ଶ୍ରେଣୀରେ ୪୩୫ଜଣ, ଦ୍ୱିତୀୟ ଶ୍ରେଣୀରେ ୪୩ଜଣ, ତୃତୀୟ ଶ୍ରେଣୀରେ ୯ଜଣ ଓ କମ୍ପାଟମେଂଟାଲରେ ୩ଜଣ ପାସ କରିଛନ୍ତି । ବିଜ୍ଞାନରେ ୯୪.୯୬ ପ୍ରତିଶତ ପିଲା ପାସ କରିଛନ୍ତି ।
 କଳା, ବାଣିଜ୍ୟ ଓ ବିଜ୍ଞାନରେ ପ୍ରଥମ
କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ +୨ କଳାରେ ରଶ୍ମୀରେଖା ଦାସ ମୋଟ ୬୦୦ମାର୍କରୁ ୫୮୨ମାର୍କ ଅର୍ଥାତ ୯୩.୧୬ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବାଣିଜ୍ୟରେ ସୁପ୍ରିୟା ପ୍ରଧାନ ୫୮୪ ଅର୍ଥାତ ୯୭.୩୩ ପ୍ରତିଶତ ଏବଂ ବିଜ୍ଞାନରେ ସର୍ବେଶ୍ୱର ବାରିକ ୫୮୨ ଅର୍ଥାତ ୯୭ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

Leave a Reply

Your email address will not be published. Required fields are marked *