ଶ୍ରଦ୍ଧାଳୁ ଙ୍କ ବସ ରେ ନୂଆ ଜଗନ୍ନାଥ ସଡକ ଲୋକାରଣ୍ୟ

 ନିରାକାରପୁର, ୨୯ /୦୧/୨୦୨୪ (ଓଡ଼ିଶା ସମାଚାର)- ଓଡିଶା ର ସମସ୍ତ ସାଧାରଣ ଜନତା ଯେପରି ସୁବିଧାରେ ଏବଂ ବିନା ଖର୍ଚ ରେ ପୁରୀ ଯାଇ ପରିକ୍ରମା ପ୍ରକଳ୍ପ ଦେଖିନ୍ତୁ , ସେଥି ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି ।  ଓଡ଼ିଶାର ପ୍ରତ୍ୟକ ନିର୍ବାଚନ ମଣ୍ଡଳୀ ରୁ ଶ୍ରଦ୍ଧାଳୁ ବସ ଯୋଗେ ପୁରୀ ଆସି ପରିକ୍ରମା ପ୍ରକଳ୍ପ ଦେଖିବା ସହ  ଶ୍ରୀ ମନ୍ଦିର ରେ ଜଗା ଦର୍ଶନ କରିବା କାର୍ୟ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି । ଆଜି ସକାଳୁ ଗଂଜାମ ଜିଲ୍ଲା ର ବିଭିନ୍ନ ଗ୍ରାମ ପଂଚାୟତ ରୁ ଶ୍ରଦ୍ଧାଳୁ ବସ ଯୋଗେ ନୂଆ ଜଗନ୍ନାଥ ସଡକ ଦେଇ ପୁରୀ ଯାଇଛନ୍ତି । ପ୍ରବଳ ସଂଖ୍ୟା ରେ ଶ୍ରଦ୍ଧାଳୁଙ୍କ ବସ ଆଜି ସକାଳୁ ନୂଆ ଜଗନ୍ନାଥ ସଡକ ଦେଇ ପୁରୀ ଯାଇଛି । ଏଥି ଯୋଗୁଁ ନୂଆ ଜଗନ୍ନାଥ ସଡକ ସକାଳୁ ଲୋକାରଣ୍ୟ ହେବା ସହ ପ୍ରବଳ ଗହଳି ପରିଲିକ୍ଷିତ ହେଇ ଥିଲା । ସରକାରଙ୍କର ଏହି ପଦକ୍ଷେପ କୁ ଲୋକମାନେ ବହୁତ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *