ପ୍ରସିଦ୍ଧ ଡାକ୍ତର କମଳାକାନ୍ତ କରଙ୍କ ଶ୍ରଦ୍ଧାଞ୍ଜଳି ସଭା ।

ମାହାଙ୍ଗା,୨୮/୦୨/୨୦୨୪(ଓଡିଶା ସମାଚାର /ଅଭୟ ଜେନା ) -ସୁନାମଧନ୍ୟ ଚିକିତ୍ସକ, ବିଶିଷ୍ଟ ସାହିତ୍ୟିକ, ସମାଜସେବୀ,ଭୁବନେଶ୍ଵର ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥିକ୍ ମହାବିଦ୍ୟାଳୟର ପ୍ରିନ୍ସିପାଲ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୂଳବସନ୍ତ ପଞ୍ଚାୟତର ଯଶସ୍ଵୀ ପୁରୁଷ ସାରସ୍ୱତ ସାଧକ ଡାକ୍ତର କମଳାକାନ୍ତ କରଙ୍କର ଦ୍ଵାଦଶାହ ତିଥି ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଭୁବନେଶ୍ଵର ୟୁନିଟ ୮ନମ୍ବର ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସେହି ମହାନ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା।ଡାକ୍ତର ସ୍ଵର୍ଗତ କମଳାକାନ୍ତ କରଙ୍କ ଆଦ୍ୟଶ୍ରାଦ୍ଧ ସ୍ମରଣିକା ସାଉଁଟା ସ୍ମୃତି ଡାକ୍ତର ଭାବଗ୍ରାହି ପତ୍ରି,ଡାକ୍ତର ସୁମନା କୁମାରୀ ପଣ୍ଡା, ଶାରଦା ପ୍ରସାଦ କର,ବିଦ୍ୟୁତପ୍ରଭା କର,ପ୍ରତିଭା କର ସଂପାଦନାରେ ଓ ପୁରାତନ ଛାତ୍ର ସଂସଦ ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥିକ୍ ମହାବିଦ୍ୟାଳୟ ପକ୍ଷରୁ ଗୁରୁସ୍ମୃତି ସ୍ମରଣିକା ଉନ୍ମୋଚିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାକୁ ପରିଚାଳନା କରିଥିଲେ ସୁବାର୍ତ୍ତା ର ସଂପାଦକ ପ୍ରଦ୍ୟୁମ୍ନ ଶତପଥୀ । ସତ୍ୟମ୍ ଶିବମ୍ ସୁନ୍ଦରମ୍ ପତ୍ରିକା ର ଏଡିଟର, କ୍ୟାପିଟାଲ ଫ୍ରେଣ୍ଡସ୍ ଆସୋସିଏସନ ଭୁବନେଶ୍ଵର ଚେୟାରମ୍ୟାନ,ଓମକାରନାଥ ଦେବ ମିଶନ ଭୁବନେଶ୍ଵର ସଭାପତି ଓ ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବ କୁଆଁପାଳ ର ସଭାପତି ଇଂ ଜିତେନ କୁମାର ରାଉତରାୟ ଡାକ୍ତର ସ୍ଵର୍ଗତ କମଳାକାନ୍ତ କରଙ୍କ ଆଦର୍ଶ ଜୀବନଦର୍ଶନ ସମ୍ବଦ୍ଧରେ ଆଲୋକପାତ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଭବାନୀ ଶଙ୍କର ମିଶ୍ର, ବରିଷ୍ଠ ସାମ୍ବାଦିକ ମନୋଜ ସେଠ୍, ଇଂ ପ୍ରଦୀପ୍ତ ଷଡଙ୍ଗୀ, ପଣ୍ଡିତ ପ୍ରଭାତ କର,ଶିକ୍ଷାବିତ୍ ଭାବଗ୍ରାହୀ ରାଉତ,ସୌମେନ୍ଦ୍ର କର, ବିନୋଦ ମିଶ୍ର, ଦେବବ୍ରତ କର,ରତିକାନ୍ତ କର, ରଞ୍ଜନ ବଳବନ୍ତରାୟ, ହରିହର ବିସ୍ଵାଳ, ଶୁଭେନ୍ଦୁ କର,ବିସ୍ଵମୋହନ ମିଶ୍ର,ପ୍ରକାଶ କର, ଭଗବାନ କର,ଶ୍ୟାମସୁନ୍ଦର କର, ପ୍ରଶାନ୍ତ କର,ବିସ୍ଵପ୍ରସାଦ ଦାସ,ବନପ୍ରସାଦ ଦାସ, ପୁଷ୍ପଲତା ଦାସ, ସୁରେଖା କର,ବିନି ଦାସ,ପୁଷ୍ପଲତା କର,ଦେବୀପ୍ରସାଦ ଷଡଙ୍ଗୀ, ରବିନ୍ଦ୍ର ସେଠୀ, ପୂର୍ନଚନ୍ଦ୍ର ମହାନ୍ତି, ବିଜୟ ସେଠୀ ପ୍ରମୁଖ ଡାକ୍ତର ସ୍ଵର୍ଗତ କମଳାକାନ୍ତ କରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *