କଟକ ବଡ଼ ଡ଼ାକ୍ତରଖାନା ବିରୁଦ୍ଧରେ ସାଂଘାତିକ ଅଭିଯୋଗ

       ଜଣେ ମାନସିକ ରୋଗୀକୁ ସୁରକ୍ଷା କର୍ମୀ ପିଟି ପିଟି ମାରିଦେଇଥିବା ଥାନାରେ ଅଭିଯୋଗ

କଟକ ସଦର, ୩୦/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଶ୍ୱସ୍ତରୀୟ ହେବାକୁ ଯାଉଥିବା କଟକ ବଡ଼ ଡ଼ାକ୍ତରଖାନାକୁ ଗୋଟିକ ପରେ ଗୋଟିଏ ଵିଵାଦ ପିଛା ଛାଡୁନାହିଁ । ବଡ଼ ଡ଼ାକ୍ତରଖାନାର ବଡ଼ ଗୁମର କଥା ହାଟରେ ପଡି ଦାଣ୍ଡରେ ଗଡୁଛି। ଏହି ପରିପ୍ରେକ୍ଷୀରେ ଆଜି ଏକ ଚାଞ୍ଚଲ୍ୟକର ଘଟଣା ଜଣାପଡିଛି। ଜନୈକ ରୋଗୀଙ୍କୁ ସୁରକ୍ଷା କର୍ମୀ ମାନେ ପିଟି ପିଟି ହତ୍ୟା କରିଥିବା କଟକ ମଙ୍ଗଳାବାଗ ଥାନାରେ ପରିବାର ଲୋକେ ଓ ମୃତକଙ୍କ ପତ୍ନୀ ଅଭିଯୋଗ କହିଛନ୍ତି।
ପ୍ରକାଶ ଯେ ଗତ ସୋମବାର ଦିନ ଯାଜପୁର ରୋଡ଼ ପହଙ୍ଗା ଗ୍ରାମର ଶ୍ରୀକାନ୍ତ ଦାସ ଚିକିତ୍ସା ପାଇଁ ଆସି ମାନସିକ ଚିକିତ୍ସା ୱ।ର୍ଡରେ ଭର୍ତ୍ତି ହୋଇଥିଲେ। ହେଲେ ତାଙ୍କୁ ସୁରକ୍ଷା କର୍ମୀ ମାନେ କାହିଁକି ଓ କେଉଁ ପରିସ୍ଥିତିରେ ପିଟି ପିଟି ଅମାନୁଷିକ ଭାବେ ହତ୍ୟା କଲେ ତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଥିବା ଜଣାପଡିଛି।

ଚିକିତ୍ସା ପାଇଁ ରୋଗି ଆସି ଯଦି ସୁରକ୍ଷା କର୍ମୀଙ୍କ ଦ୍ୱାରା ହତ୍ୟାର ଶିକାର ହୁଏ ତେବେ ସେଥିପାଇଁ କିଏ ଦାୟୀ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *