କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ ମା କାମାକ୍ଷା ସ୍ପୋଟିଂ କ୍ଲବ ବକ୍ସର ବିହାରକୁ ୬-୦ଗୋଲରେ ହରାଇଲା

 ଚତୁର୍ଥ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟର ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୨୯/୦୧/୨୦୨୪ (ଓଡ଼ିଶା ସମାଚାର)-ଫକିରାବାଦ ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଚତୁର୍ଥ ବାର୍ଷିକ ସର୍ବ ଭାରତୀୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି-୨୦୨୪ ଫୁଟବଲ ଟୁର୍ଣ୍ଣାମେଂଟର ଚତୁର୍ଥ କ୍ୱାଟର ଫାଇନାଲ ମ୍ୟଚ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବର ସଭାପତି ସଲିମ ଖାନ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଂଟର ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚକୁ ପୂର୍ବତନ ଆନ୍ତର୍ଜାତୀୟ ଭଲିବଲ ଖେଳାଳୀ କେନ୍ଦ୍ରାପଡାର ମସିଉଦ୍ ଜମାନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ପ୍ରଥମ ଥର ପାଇଁ କେନ୍ଦ୍ରାପଡାରେ ଅନୁଷ୍ଠିତ ଏହି ଜାତୀୟ ସ୍ତରର ଫୁଟବଲ ଟୁର୍ଣ୍ଣାମେଂଟର ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ ଓ ମା କାମାକ୍ଷା ସ୍ପୋଟିଂ କ୍ଲବ, ବକ୍ସର ବିହାର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଲେବର ସ୍ପୋଟିଂ କ୍ଲବ ମା କାମାକ୍ଷା ସ୍ପୋଟିଂ କ୍ଲବ, ବକ୍ସର ବିହାରକୁ ୬-୦ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଲେବର ସ୍ପୋଟିଂ କ୍ଲବର ଖେଳାଳୀ ନୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଆସନ୍ତାକାଲି ୩୦ତାରିଖରେ କଟକର ଇଣ୍ଡିିପେଣ୍ଡେନ୍ସ କ୍ଲବ କଟକର ବିଡାନାସୀ କ୍ଲବ ସହିତ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳିବାକୁ ଥିବା ବେଳେ ଆସନ୍ତା ୩୧ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ କେନ୍ଦ୍ରାପଡାର ଚାନ୍ଦ କ୍ଲବକୁ ଭେଟିବ । ଆଜିର ମ୍ୟାଚକୁ ମୁଖ୍ୟ ରେଫରୀ ସୁଜିତ ଦାସ ପରିଚାଳନା କରିଥିବା ବେଳେ ଏଥିରେ ତାଙ୍କୁ ଲକ୍ଷ୍ମଣ ସୋରେନ୍, ସନ୍ଦୀପ ଦାସ, ଯୋଗି ପଲେଇ ଓ ସେକ ମୋକିମ ପ୍ରମୁଖ ରେଫରୀମାନେ ସହଯୋଗ କରିଥିଲେ । ଏହି ଫୁଟବଲ ଟୁର୍ଣ୍ଣାମେଂଟର ଚମ୍ପିୟନ ଦଳକୁ ୨୧ହଜାର ନଗଦ ଅର୍ଥରାଶି ସହିତ ଟ୍ରଫି ଓ ରନର୍ସଅପ ଦଳକୁ ୧୬ହଜାର ନଗଦ ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ କ୍ଲବର କାର୍ଯ୍ୟକାରୀ ସଭାପତି ମହମ୍ମଦ ନିଆଜ(ମତୁ), ଉପସଭାପତି ସେକ ସଫାତୁଲ୍ଲା, ସମିଉଲ୍ଲା ଖାନ(ଜୁମା), ଅକିଲ ଅହେମ୍ମଦ, ସେକ ଫରିଦୁଦ୍ଧିନ, ସେକ ବୁରାନ ଅଲ୍ଲୀ, ସାଧାରଣ ସମ୍ପାଦକ ସେକ ସାହାବୁଲ୍ଲା, ସମ୍ପାଦକ ମୀର ଜରାର୍, ଆୟାଜ୍ ମହମ୍ମଦ, ମୀର ୟାସିର, ମୀର ସଲିମ, କଲିମ ଖାନ, କୋଷାଧ୍ୟକ୍ଷ ସେକ ମୁସ୍ତାକ ଓ ମହମ୍ମଦ ଆଝାରୁଦ୍ଧିନ ଏବଂ ଉପଦେଷ୍ଟାମଣ୍ଡଳୀର ସଦସ୍ୟ ସୟଦ ଅବଦୁଲ ସତାର, ସୟଦ ଅକମଲ ଅଲ୍ଲୀ ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୀର ଆବୁ ଓବେଦା, ମୀର ବକାଉଲ୍ଲା, ମୀର ଫାରୁକ, ମହମ୍ମଦ ଲିଆକତ ଅଲ୍ଲୀ, ସେକ ହାଇଦର ଅଲ୍ଲୀ, ସୟଦ ଏହେସାନ ଅଲ୍ଲୀ, ମୀର ଆବୁସମା, ଜାହିଦ ଖାନଙ୍କ ସମେତ କ୍ଲବର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଫୁଟବଲ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *