କୁରାଢମଲ୍ଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୪ ର ଦ୍ବିତୀୟ ଦିବସ : ଦେଉଳଟାଙ୍ଗୀ ବିଜୟୀ

ଖୋର୍ଦ୍ଧା, ୨୯ /୦୧/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ବ୍ଲକ କୁରାଢମଲ୍ଲ ପଞ୍ଚାୟତ ଅନ୍ତର୍ଗତ କୁରାଢମଲ୍ଲ ଠାରେ ପ୍ରଥମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଥିଲା ଦ୍ବିତୀୟ ମ୍ୟାଚ । ଆଜି ଦେଉଳଟାଙ୍ଗି ଓ କଲ୍ୟାଣପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଦେଉଳଟାଙ୍ଗି ଦଳ ବ୍ୟାଟିଂ କରି ୨୦ ଓଭର ଖେଳି ୬ ୱିକେଟ୍ ବିନିମୟରେ ୨୪୧ ରନ୍ କରିଥିଲା। ଦେଉଳଟାଙ୍ଗୀ ଦଳ ତରଫରୁ ବିକାଶ ଦଳାଇ ୫୫ ବଲରେ ୧୦୧ ଓ ଗଙ୍ଗାଧର ବେହେରା ୭୦ ରନ କରିଥିଲେ। ଜବାବରେ କଲ୍ୟାଣପୁର ଦଳ ୧୫.୩ ଓଭର ଖେଳି ୧୦ ଉଇକେଟ ହରାଇ ୯୯ ରନ କରି କରିଥିଲା। ଦେଉଳଟାଙ୍ଗି ଦଳର ବିକାଶ ଦଳାଇ ୧୦୧ ରନ କରି ୩ ଓଭର ବୋଲିଂ କରି ୧୮/୨ ଓ୍ବିକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଆଜିର ଖେଳକୁ ଛବିନାରାୟଣ ସାହୁ ଓ ହେମନ୍ତ ରାଉତ ପରିଚାଳନା କରିଥିବା ବେଳେ ସ୍କୋରର ଥିଲେ ପରମାନନ୍ଦ କାଳିଆ, ରଘୁନାଥ ବରାଳ ।ସେହିପରି ମୁଖ୍ୟ ଅତିଥି ଭାବେ କୁରାଢ଼ମଲ୍ଲ ସରପଞ୍ଚ ଶ୍ରୀରାମ ପ୍ରସାଦ ମହାନ୍ତି, ସମିତି ସଭ୍ୟଙ୍କ ପ୍ରତିନିଧି କମଳ କୁମାର ଜଗଦେବ, ଗୋପିନାଥ ମହାରଥୀ ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିବା ସହିତ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *