ବ୍ୟାସନଗର ୧୯/୦୨/୨୦୨୬ (ଓଡ଼ିଶା ସମାଚାର)- ଆଜି କୋରାଇ ଅଞ୍ଚଳରେ ବୈତରଣୀ ନଦୀ କୂଳରେ ଥିବା ବାଲିଘାଟ ଗୁଡିକରୁ ଅବାଧରେ ମେସିନ ଲଗାଇ ଭାରିଯାନ ଦ୍ୱାରା ବେଆଇନ ଭାବେ ଦୈନିକ ଶହଶହ ଟ୍ରିପ ବାଲି ଉଠାଣ କୁ କୋରାଇ ସଂଗ୍ରାମ ସମିତି ପକ୍ଷରୁ ବିରୋଧ କରି ଯାଜପୁର ଜିଲ୍ଲାପାଳ ଓ ଲଘୁଖଣିଜ ବିଭାଗର ଡ଼ି, ଡ଼ି, ଏମ, ଙ୍କୁ ଏ ସମ୍ପର୍କରେ ବହୁବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷପ ନ ନେବାରୁ ସଂଗ୍ରାମ ସମିତିର ସଭାପତି ବିଦ୍ୟାଧର ମହାନ୍ତି, ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର, ସମ୍ପାଦକ ମନୋରଞ୍ଜନ ନାୟକ ଓ ପ୍ରତାପ କୁମାର ଦାସ, ବାସୁଦେବ ପରିଡାଙ୍କ ସହିତ ଏକ ପ୍ରତିନିଧି ଦଳ ଡ଼ି, ଡ଼ି, ଏମ, ଙ୍କୁ ଦାବି ପତ୍ର ଦେବାକୁ ଯିବା ବେଳେ ଡ଼ି, ଡ଼ି,ଏମ, ଏବଂ ତାଙ୍କ ସହଯୋଗୀ ଅଫିସ ଛାଡି ପଳାୟନ କରିଥିଲେ । ସଂଗ୍ରାମ ସମିତିଙ୍କୁ ଡ଼ି ଡ଼ି ଏମ ଡକାଇ ଯେପରି ବ୍ୟବହାର କରିଛନ୍ତି ତାହାର ଉଚିତ ଜବାବଦିଆଯିବ ବୋଲି କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ କୋରାଇ ଅଞ୍ଚଳ ର ରଣପୁର, ଗୋପାଳପୁର, ନାୟାହାଟ ପାଟଣା ସାଆଁଳା, ମୁକୁନ୍ଦପୁର, ଗୋପାଳପୁର,ନିସଙ୍ଗପୁର, ଓ ଗହମାରୀଆ, ସାଳବା ଏବଂ ଧନତ୍ରି ପ୍ରମୁଖ ବାଲିଘାଟ ଗୁଡିକରେ କୌଣସି ଅନୁମତି କିମ୍ବା ସିଆ, ପଲୁସନ ନଥାଇ ଶହ ଶହ ଭାରୀଯାନ ବାଲିଗାଡି ରାସ୍ତା ରେ ଯିବା ଦ୍ୱାରା ଆର, ଡ଼ି, ରୋଡ ଗୁଡିକ ବିପର୍ୟ୍ୟସ୍ତ ହେଉଛି । ଏପରିକି ସ୍କୁଲ, କଲେଜ ଓ ଆମ୍ବୁଲାନ୍ସ ଗାଡି ଯିବା କଷ୍ଟକର ହୋଇଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ନୀରବତା ଯୋଗୁ ବାଲି ମାଫିଆ ମାନେ ସକ୍ରିୟ ହୋଇଛନ୍ତି। ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେବାସହିତ ବିନା କାଗଜ ପତ୍ର ରେ ଚାଲୁଥିବା ଘାଟ ଗୁଡିକୁ ସିଲ ନ କରାଯାଏ ଓ ସେମାନଙ୍କ ବିରୁଦ୍ଧରେ ଅର୍ଥ ଜୋରିମାନା କରିବା ସହିତ ଏହାଉପରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣନକଲେ କୋରାଇ ସଂଗ୍ରାମ ସମିତି ବାଧ୍ୟ ହୋଇ ଜନଆନ୍ଦୋଳନ କରିବବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।
