ସମ୍ବର ମାଂସ ଜବତ, ଦୁଇ ଶିକାରୀ ଗିରଫ

ବାଲିଗୁଡ଼ା ୦୭/୦୫/୨୦୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର କରଡା ବନାଞ୍ଚଳ ଅଧିକାରିଣୀ ସବନମ୍ ସାହୁଙ୍କ ନିର୍ଦ୍ଦେଶ ଅନୁସାରେ ବନପାଳ ଅଜିତ କୁମାର ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ବନାଞ୍ଚଳ ଏରିଆରେ ପେଟ୍ରୋଲିଙ୍ଗ କରୁଥିଲେ।

ଏହି ସମୟରେ ରଣବା ସେକ୍ସନ୍ ଅନ୍ତର୍ଗତ ପାତ୍ରପୁର ଗ୍ରାମରେ ଗୋଟିଏ ସମ୍ବର ଶିକାର ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲେ। ଦିନ ପ୍ରାୟ ଏକ ଘଣ୍ଟିକା ସମୟରେ ସେହି ଗ୍ରାମକୁ ବନବିଭାଗ ଟିମ୍ ଅଚାନକ ଚଢ଼ାଉ କରି ଛାନଭିନ୍ କରିଥିଲେ। ରାଇକିଆ ଥାନା ଅଧୀନ କାଳୁ ମଲିକ (୬୨) ଦାରିଙ୍ଗବାଡି ଥାନା ଅଧୀନ ଏସିଆନ୍ ପ୍ରଧାନ(୩୭) ଶଶୁର ଜ୍ବାଇଁଙ୍କୁ କାବୁ କରିଥିଲେ।

ଚଢ଼ାଉ ବେଳେ ସମ୍ବର ମାଂସ ୫ କିଲୋ ,ମୁଣ୍ଡ,ଦୁଇ କାନ, ଚମଡ଼ା, ସହ ମୋବାଇଲ ଫୋନ ଜବତ କରାଯାଇଛି। ଏହି ଚଢ଼ାଉରେ ବନପାଳ ଅଜିତ କୁମାର ପ୍ରଧାନ, ରବିଶଙ୍କର ଦିଗାଳ, ଅକ୍ଷୟ କହଁର, ବନରକ୍ଷୀ ବିକାଶ ମଲ୍ଲିକ, ସ୍ୱାଗତିକା ଗୈଡ଼ ପ୍ରମୁଖ ସାମିଲ ହୋଇଥିଲେ। ଶିକାରୀ ଦୁଇଜଣଙ୍କୁ ଗିରଫ କରି ମାମଲା ରୁଜୁ କରି ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ୍, ସହକାରୀ ବନ ସଂରକ୍ଷଣ ଶ୍ବେତାଲିନା ସାହୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନପାଳ ଶ୍ରୀ ପ୍ରଧାନଙ୍କ ଠାରୁ ସୂଚନା ମିଳିଛି। ‌

Leave a Reply

Your email address will not be published. Required fields are marked *