ଚଳଚ୍ଚିତ୍ର ‘ପାଦେ ଆକାଶ’ ପ୍ରଦର୍ଶିତ

ଭୁବନେଶ୍ୱର, ୩୧/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବ, ଓଡିଶାଙ୍କ ପରାମର୍ଶ କ୍ରମେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଲୋକସେବା ଭବନ ସ୍ଥିତ କନଭେନସନ୍ ସେଣ୍ଟର୍ ଠାରେ ଭିନ୍ନକ୍ଷମ ସଶକ୍ତିକରଣ ବାର୍ତ୍ତା ସମ୍ବଳିତ ଚଳଚ୍ଚିତ୍ର ‘ପାଦେ ଆକାଶ’ ପ୍ରଦର୍ଶିତ ହୋଇଯାଇଛି। ତରଙ୍ଗ ସିନେ ପ୍ରଡକ୍ସନ ପ୍ରଯୋଜିତ ଓ ସୁଶାନ୍ତ ମଣି ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ପାଦେ ଆକାଶ’ ନାରୀଶକ୍ତି ପୁରସ୍କାରପ୍ରାପ୍ତ ତଥା ସ୍ୱାଭିମାନ ର ପ୍ରତିଷ୍ଠାତା ଡ଼ଃ ଶ୍ରୁତି ମହାପାତ୍ର ଙ୍କ ଜୀବନୀ ଉପରେ ଆଧାରିତ।

ଏହି ଅବସରରେ ବିଭାଗର କମିଶନର ତଥା ଶାସନସଚିବ ଶ୍ରୀ ଆର ସନ୍ଥଗୋପାଳନ, ଡଃ ଶ୍ରୁତି ମହାପାତ୍ର ଓ ତରଙ୍ଗ ସିନେ ପ୍ରଡକ୍ସନ ର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଯୋଜକ ଶ୍ରୀ ଦେବିଦତ୍ତ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଚିବାଳୟ ର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ ଓ ଫିଲ୍ମ ର ଉଚ୍ଚ ପ୍ରଶଂସା କରିଥିଲେ।

ବିଭାଗ ତରଫରୁ ଅର୍ଥ ପରାମର୍ଶ ଦାତା ତଥା ସ୍ବତନ୍ତ୍ର ଶାସନ ସଚିବ ଜୟଶ୍ରୀ ତ୍ରିପାଠୀ,  ଅତିରିକ୍ତ ଶାସନ ସଚିବ ଶ୍ରୀ ଦୀପକ ରାଉତରାୟ , ଶ୍ରୀ ଭାସ୍କର ରଇତ ଓ ଶ୍ରୀମତୀ ସୋନିଆ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *