ବାତ୍ୟା ପରେ ରାସ୍ତା ସଫାକଲେ କେନ୍ଦ୍ରାପଡା ପୋଲିସ

କେନ୍ଦ୍ରାପଡ଼ା,୨୬/୧୦/୨୦୨୪ (ଓଡ଼ିଶା ସମାଚାର)-ବାତ୍ୟା ‘ଦାନା’ର ପ୍ରଭାବ ହ୍ରାସ ପାଇବା ପରେ ଯୋଗାଯୋଗକୁ ସୁଗମ କରିବା ନିମନ୍ତେ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ସହିତ ମିଶି ରାସ୍ତା କରିଛନ୍ତି କେନ୍ଦ୍ରାପଡା ପୋଲିସ । ରାସ୍ତା ଉପରେ ବାତ୍ୟା ପବନରେ ଗଛ ଉପୁଡି ବା ଭାଙ୍ଗି ପଡି ରାସ୍ତାରେ ଗମନାଗମନ ବନ୍ଦ ହୋଇଯାଇଥିବା ବେଳେ ଜମ୍ବୁ,ରାଜକନିକା, ଆଳି, ରାଜନଗର ଓ ତାଳଚୂଆ ପ୍ରଭୃତି ଅଂଚଳରେ କେନ୍ଦ୍ରାପଡା ପୋଲିସ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଦଳ ସହିତ ମିଶି ରାସ୍ତା ଉପରେ ପଡିଥିବା ଗଛ କାଟି ରାସ୍ତା ସଫା କରିଥିଲେ । ଫଳରେ ବନ୍ଦ ହୋଇଯାଇଥିବା ରାସ୍ତା ଖୋଲିବା ସହିତ ରାସ୍ତାରେ ଲୋକମାନଙ୍କ ଗମନାଗମନ ସୁଗମ ହୋଇପାରିଛି । ଏନେଇ ଜନସାଧାରଣ କେନ୍ଦ୍ରାପଡା ପୋଲିସ, ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଦଳକୁ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *