କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପରୀକ୍ଷା ଆରମ୍ଭ

କେନ୍ଦ୍ରାପଡ଼ା,୧୮/୦୨/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷାକେନ୍ଦ୍ରରେ +୨ ପରୀକ୍ଷା ବୁଧବାର ଆରମ୍ଭ ହୋଇଛି । ମାର୍ଚ୍ଚମାସ ୨୫ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି +୨ପରୀକ୍ଷା ନିମନ୍ତେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରୀକ୍ଷାକେନ୍ଦ୍ରରେ କେନ୍ଦ୍ରାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସମେତ ୮ଟି ଘରୋଇ ଆବାସୀକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଛନ୍ତି । ଆଜି ପରୀକ୍ଷାର ପ୍ରଥମ ଦିବସରେ +୨ ବିଜ୍ଞାନର ଏମ.ଆଇ.ଏଲ. (ଓଡିଆ) ବିଷୟରେ ପରୀକ୍ଷା ଥିଲା ।

ଏହି ପରୀକ୍ଷା କେନ୍ଦ୍ରର ୧୭ଟି ହଲରେ ମୋଟ ୯୨୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଏଥିରେ କେନ୍ଦ୍ରାପଡା କଲେଜର ୫୨ଜଣ ଅଧ୍ୟାପକ,ଅଧ୍ୟାପିକା ନିରୀକ୍ଷକ, ରିଲିଭର ଓ ଗେଟ୍ ଚେକିଙ୍ଗ ସୁପରଭାଇଜର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ବୋଲି ପରୀକ୍ଷା କେନ୍ଦ୍ରର ଉପଅଧୀକ୍ଷିକା ଡ. ବାସନ୍ତୀ ଶୁକ୍ଳା ସୂଚନା ଦେଇଛନ୍ତି । ଆସନ୍ତା କାଲି ଏହି କେନ୍ଦ୍ରରେ ଧନ୍ଦାମୂଳକଶିକ୍ଷା ବିଭାଗର ପଦାର୍ଥବିଜ୍ଞାନ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ୪୫ଜଣ ରେଗୁଲାର ଓ ୫ଜଣ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏହି ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଭାବେ ଅଧ୍ୟାପକ ସେକ ହବିବ୍ ରହିଥିବା ବେଳେ ଉପଅଧୀକ୍ଷକ ଭାବେ ଅଧ୍ୟାପକ ସୁଦର୍ଶନ ପାତ୍ର ଅଛନ୍ତି ।

Leave a Reply

Your email address will not be published. Required fields are marked *